ବାଇକ୍‌ କିଣିଲେ ଅର୍ଜୁନ, ଦାମ୍‌ ରହିଛି…

ବଲିଉଡର ପ୍ରସିଦ୍ଧ ଅଭିନେତା ଅର୍ଜୁନ କପୁର ଅଭିନୟ ପ୍ରତି ଯେତିକି ଆଗ୍ରହୀ, ସେ ଗାଡିକୁ ମଧ୍ୟ ଭଲ ପାଆନ୍ତ। ଗତ କିଛି ବର୍ଷ ମଧ୍ୟରେ ଅର୍ଜୁନ ଅନେକ ନୂଆ କାର ଏବଂ ବାଇକ କିଣିଛନ୍ତି। ସେ ପ୍ରାୟତଃ ଏସୟୁଭି କିଣିବାକୁ ପସନ୍ଦ କରନ୍ତି, କିନ୍ତୁ ଏଥର ଅର୍ଜୁନ ଏକ ବାଇକ କିଣିଛନ୍ତି। ନିକଟରେ ଅର୍ଜୁନ ଡୁକାଟୀ ସ୍କ୍ରାମବଲର୍‌ ୧୧୦୦ କିଣିଛନ୍ତି। ଯାହାର ମୂଲ୍ୟ ୧୩ ଲକ୍ଷ ଟଙ୍କା। ଅର୍ଜୁନ ଏହି ବାଇକ୍‌ କିଣିବାରେ ଦ୍ୱିତୀୟ ଅଭିନେତା ହୋଇଛନ୍ତି। ଏହାପୂର୍ବରୁ ଶାହିଦ କପୁର ଡୁକାଟୀ ସ୍କ୍ରାମବଲର୍‌ ୧୧୦୦ କିଣିଥିଲେ। ସୋସିଆଲ ମିଡିଆରେ ଅର୍ଜୁନ ପ୍ରଶଂସକଙ୍କ ସହ ନୂତନ ବାଇକ ସହିତ ଏକ ଫଟୋ ଶେୟାର କରିଛନ୍ତି।

Share