Categories: ଖେଳ

ଆଇପିଏଲ୍‌ରେ ଡେବ୍ୟୁ କଲେ ଅର୍ଜୁନ

ମୁମ୍ବାଇ,୧୬ା୪: ପ୍ରତୀକ୍ଷାର ଅନ୍ତ ଘଟିଛି। ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ରବିବାର କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ବିପକ୍ଷ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳି ଇଣ୍ଡିଆ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଡେବ୍ୟୁ କରିଛନ୍ତି। ସିଜନର ପ୍ରଥମ ୩ଟି ମ୍ୟାଚ ଖେଳିଥିବା ଅର୍ଶାଦ ଖାଁଙ୍କ ସ୍ଥାନରେ ତାଙ୍କୁ ସ୍ଥାନ ମିଳିଛି। ଯଶପ୍ରୀତ ବୁମ୍‌ରାଙ୍କ ଅନୁପସ୍ଥିତିରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ପସନ୍ଦ ଭାରତୀୟ ପେସ୍‌ ବୋଲିଂ ବିକଳ୍ପ ସନ୍ଧାନରେ ଥିଲା। ଟିମ୍‌ ମ୍ୟାନେଜମେଣ୍ଟ ସଦ୍ୟତମ ଖେଳାଳି ଭାବେ ଅର୍ଜୁନଙ୍କୁ ପସନ୍ଦ କରିଛନ୍ତି। ଅଧିନାୟକ ରୋହିତ ଶର୍ମା ଅର୍ଜୂନଙ୍କୁ କ୍ୟାପ୍‌ ଦେଇ ଦଳରେ ସ୍ବାଗତ କରିଥିଲେ।ରବିବାର ମ୍ୟାଚରେ ସେ ପ୍ରଥମ ଓଭର ବୋଲିଂ କରିଥିଲେ ଏବଂ ୪ ରନ୍‌ ଦେଇଥିଲେ। ଅନ୍ୟପକ୍ଷେ ଆଇପିଏଲ୍‌ ଖେଳିବାରେ ଅର୍ଜୁନ ଏବଂ ସଚିନ ପ୍ରଥମ ବାପ-ପୁଅ ଯୋଡ଼ି ହେବାର ଗୌରବ ଅର୍ଜନ କରିଛନ୍ତି। ସଚିନ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳି୨୦୦୮ରୁ ୨୦୧୧ ପର୍ଯ୍ୟନ୍ତ ଦଳର ନେତୃତ୍ୱ ନେଇଥିଲେ। ତାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୨୦୧୦ରେ ପ୍ରଥମ ଥର ଫାଇନାଲରେ ପ୍ରବେଶ କରିଥିଲା।

Share