ଅର୍ଜୁନଙ୍କ ଖୁସି କହିଲେ ନ ସରେ

ମୁମ୍ବାଇ: ଅଭିନେତା ଅର୍ଜୁନ ବିଜ୍‌ଲାନିଙ୍କ ଖୁସି କହିଲେ ନ ସରେ। ଏବେ ସେ ଏତେ ଖୁସି ଯେ, ତାଙ୍କ ପାଦ ତଳେ ଲାଗୁନି। ଖାସ୍‌ ଏଥିପାଇଁ ସେ ପାର୍ଟି ଦେବେ ବୋଲି ବି କହିସାରିଲେଣି। କାରଣଟି ହେଲା ଅର୍ଜୁନଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି। ସେ ତାଙ୍କ ଟୁଇଟ୍‌ର ପେଜ୍‌ରେ ଏକ ଭିଡିଓ ଶେୟାର କରିଛନ୍ତି, ଏଥିରେ ସେ ଏକ କାର୍‌ ଭିତରେ ବସି ଖୁସିରେ ନାଚୁଛନ୍ତି। କହୁଛନ୍ତି ଏବେ ପାର୍ଟି ଆରମ୍ଭ। ସେହିପରି ସେ ଟୁଇଟ୍‌ କରି ଲେଖିଛନ୍ତି, ଯଦି ଆପଣଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସିବ ସେତେବେଳେ ପାର୍ଟି ଆରମ୍ଭ ହେବ। ଏଥିସହିତ ସେ କ୍ୟାପଶନ ଲେଖିଛନ୍ତି, ୨୦୨୨ ରିଲ୍‌କୁ ସ୍ବାଗତ। ରିଲ୍‌ କର। ସୁସ୍ଥ ରୁହ। ମାସ୍କ ପିନ୍ଧ। ୨୪ ଡିସେମ୍ବରରେ ଇନ୍‌ଷ୍ଟାଗ୍ରାମରେ ଅର୍ଜୁନଙ୍କୁ କରୋନା ହୋଇଥିବା ନେଇ ସୂଚନା ଦେଇଥିଲେ। ପରେ ସେ ହୋମ୍‌ ଆଇସୋଲେଶନରେ ରହୁଥିଲେ। ପରେ ତାଙ୍କ କରୋନା ଟେଷ୍ଟ କରାଇଥିଲେ। ଏବେ ରିପୋର୍ଟ ନେଗେଟିଭ୍‌ ଆସିଛି।

Share