ଅର୍ଜୁନ-ମଲାଇକାଙ୍କ ବ୍ରେକ୍‌ଅପ୍‌; ୬ ଦିନ ହେଲାଣି ଘରୁ ବାହାରୁ ନାହାନ୍ତି ଅଭିନେତ୍ରୀ

ବମ୍ବେ: ଅଲଗା ହୋଇଛନ୍ତି ବଲିଉଡ୍‌ର ସବୁଠାରୁ ହଟ୍‌ କପଲ୍‌। ପ୍ରେମିକ ଅର୍ଜୁନ କପୁରଙ୍କଠାରୁ ସମ୍ପର୍କ ଛିନ୍ନ କରିଛନ୍ତି ମଲାଇକା ଅରୋରା। ଫଳରେ ଦୀର୍ଘ ଚାରି ବର୍ଷର ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଥିବା ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି।

କିଛି ବର୍ଷ ପୂର୍ବେ ଅର୍ଜୁନଙ୍କ ଜନ୍ମଦିନ ଉପଲକ୍ଷେ ରିଲେସନଶିପ୍‌ ଉପରେ ମୋହର ମାରିଥିଲେ ମଲାଇକା। ନିକଟରେ ନୂଆ ବର୍ଷ ଉପଲକ୍ଷେ ଅର୍ଜୁନ ପ୍ରେମିକାଙ୍କ ସହ ନିଜର ଫଟୋ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ହେଲେ ଏବେ ସେମାନେ ଅଲଗା ହୋଇଯାଇଥିବା କୁହାଯାଉଛି।

ବ୍ରେକ୍‌ଅପ୍‌ ପରେ ବେଶ୍‌ ଭାଙ୍ଗି ପଡ଼ିଛନ୍ତି ମଲାଇକା। ସେ ନିଜକୁ ସମସ୍ତଙ୍କଠାରୁ ଅଲଗା କରିନେଇଛନ୍ତି। ଦୀର୍ଘ ୬ ଦିନ ହେଲାଣି ସେ ନିଜ କୋଠରୀରୁ ବାହାରକୁ ବି ପାଦ ରଖି ନାହାନ୍ତି। ଏପରିକି ଅର୍ଜୁନ ମଧ୍ୟ ମଲାଇକାଙ୍କୁ ଭେଟି ନାହାନ୍ତି।

କିଛିଦିନ ପୂର୍ବେ ଅର୍ଜୁନ ରିୟାଙ୍କ ଘରକୁ ରାତ୍ରଭୋଜନ ପାଇଁ ଯାଇଥିଲେ। ରିୟାଙ୍କ ଘର ମଲାଇକାଙ୍କ ଘର ପାଖରେ ରହିଛି। ହେଲେ ଅର୍ଜୁନ ସେଠାକୁ ଯାଇ ପ୍ରେମିକାଙ୍କୁ ଭେଟି ନ ଥିଲେ। ଯାହା କି ଏକ ବ୍ୟତିକ୍ରମ ଥିଲା। ସେହିଭଳି ମଲାଇକା ମଧ୍ୟ ଅର୍ଜୁନଙ୍କ ସହ ଫାମିଲି ଡିନର୍‌ରେ ଯୋଗ ଦେଇଥାନ୍ତି। ହେଲେ ଏଥର ମଲାଇକା ତାଙ୍କ ସହ ନ ଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍‌ ଚାଲୁ ନ ଥିବା କୁହାଯାଉଛି। ହେଲେ ସେମାନେ ଅଫିସିଆଲ ଭାବେ କିଛି କହି ନାହାନ୍ତି। ସେମାନେ ଏହି ବିଷୟରେ ଆଗାମୀ ଦିନରେ କହିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Share