ଭଉଣୀଙ୍କ ଜନ୍ମଦିନ ପାର୍ଟିରେ ରୋମାଣ୍ଟିକ୍‌ ହେଲେ ମଲାଇକା-ଅର୍ଜୁନ: ଫଟୋ ଭାଇରାଲ ପରେ…

ବମ୍ବେ: କଥା ଦାଣ୍ଡରେ ପଡ଼ି ହାଟରେ ଗଡିଲାଣି। ଖାଲି ବିବାହକୁ ଅପେକ୍ଷା। ଆମେ କହୁଛୁ ମଲାଇକା ଅରୋରାଙ୍କ କଥା। ସ୍ବାମୀ ଅରବାଜ୍‌ ଖାନ୍‌ଙ୍କୁ ଛାଡ଼ପତ୍ର ଦେବା ପରେ ଏବେ ଅଭିନେତା ଅର୍ଜୁନ କପୁରଙ୍କ ପ୍ରେମରେ ସେ। ବେଶ କିଛି ଦିନ ଉଭୟ ନିଜର ସମ୍ପର୍କକୁ ଲୁଚାଇ ରଖିଥିଲେ। ହେଲେ ଏବେ ଉଭୟ ବଲିଉଡ୍‌ର ଅନ୍ୟତମ ହଟ୍‌ କପଲ୍‌ ବୋଲି କୁହାଯାଉଛି।

ବୁଧବାର ମଲାଇକାଙ୍କ ଭଉଣୀ ତଥା ଅଭିନେତ୍ରୀ ଅମୃତା ଅରୋରା ତାଙ୍କ ଘରେ ଏକ ଜନ୍ମଦିନ ପାର୍ଟି ରଖିଥିଲେ। ପାର୍ଟିରେ ଅର୍ଜୁନ, ମଲାଇକା, କରନ୍‌ ଜୋହର, କରିସ୍ମା କପୁର, ମନିଷ ମଲହୋତ୍ରା, ଗୌରୀ ଖାନ, ସଞ୍ଜୟ କପୁର, ମହିପ କପୁର, ସୀମା ଖାନ୍‌ ଏବଂ ନତାଶା ପୁନାବାଲା ଆଦି କଳାକାର ଯୋଗ ଦେଇଥିଲେ। ଏହାର ଅନେକ ଫଟୋ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି। କିଛି ଫଟୋରେ ମଲାଇକା-ଅର୍ଜୁନଙ୍କ ରୋମାଣ୍ଟିକ୍‌ କେମିଷ୍ଟ୍ରି ଦେଖିବାକୁ ମିଳିଛି। ଲାଲ ରଙ୍ଗର ଜିପର ଜ୍ୟାକେଟ ସାଙ୍ଗକୁ ମ୍ୟାଚିହ ଶଟ୍ସ ପିନ୍ଧି ଅର୍ଜୁନଙ୍କ ସହ ବସିଛନ୍ତି ମଲାଇକା।

ଅର୍ଜୁନ ମଲାଇକାଙ୍କଠାରୁ ବୟସରେ ୧୨ ବର୍ଷ ସାନ। ଏବେ ମଲାଇକାଙ୍କୁ ୪୭ ବର୍ଷ ହୋଇଥିବା ବେଳେ ଅର୍ଜୁନଙ୍କୁ ୩୫ ବର୍ଷ। ୨୦୧୯ରେ ଅର୍ଜୁନଙ୍କ ଜନ୍ମଦିନ ଅବସରରେ ମଲାଇକା ଉଭୟଙ୍କ ସମ୍ପର୍କ ଉପରେ ମୋହର ମାରିଥିଲେ। ପରେ ଉଭୟ ଏକାଠି ଛୁଟି କଟାଇବାକୁ ବିଦେଶ ଯାଇ ଫଟୋ ଶେୟାର କରୁଛନ୍ତି। କିଛି ଦିନ ତଳେ ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି କୁହାଯାଉଥିଲା। ପ୍ରଶଂସକ ଉଭୟଙ୍କ ଏହି ଖୁସି ଖବରକୁ ଚାହିଁ ରହିଥିଲେ ହେଁ ଡେଟ୍‌ ନେଇ ସେଭଳି କିଛି ଘୋଷଣା କରାଯାଇନାହିଁ।

Share