ମଲାଇକାଙ୍କ ସହ ବ୍ରେକ୍‌ଅପ୍‌, ସପ୍ତମ ପ୍ରେମିକା କୁଶାଙ୍କ ପ୍ରେମରେ ଅର୍ଜୁନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଭିନେତା ଅର୍ଜୁନ କପୁର। ଦୀର୍ଘଦିନ ଧରି ସେ ଅଭିନେତ୍ରୀ ମଲାଇକା ଅରୋରାଙ୍କୁ ଡେଟ୍‌ କରୁଥିଲେ। ଦୁହେଁ ବିବାହ କରିପାରନ୍ତି ବୋଲି କୁହାଯାଉଥିଲା। ହେଲେ ଏବେ ସେମାନଙ୍କ ବ୍ରେକ୍‌ଅପ୍‌ ନେଇ ଚର୍ଚ୍ଚା ଜୋର ଧରିଛି। ଉଭୟ କଳାକାର ଏନେଇ କୌଣସି ମନ୍ତବ୍ୟ ଦେଇ ନ ଥିଲେ ହେଁ ଅର୍ଜୁନଙ୍କ ନାମ ଆଉ ଜଣେ ଅଭିନେତ୍ରୀଙ୍କ ସହ ଯୋଡ଼ାଯାଉଛି। ସେ ହେଲେ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ତଥା ଅଭିନେତ୍ରୀ କୁଶା କପିଳା। ନିର୍ଦ୍ଦେଶକ କରନ୍‌ ଜୋହରଙ୍କ ପାର୍ଟିରେ ଅର୍ଜୁନଙ୍କ ସହ ସେ ନଜର ଆସିଥିଲେ। ଏହାର କିଛି ଫଟୋରେ ଅର୍ଜୁନଙ୍କ ଦୃଷ୍ଟି କୁଶାଙ୍କ ଉପରୁ ହଟୁ ନ ଥିବା ଦେଖାଯାଇଥିଲା।

ପୂର୍ବରୁ ଅର୍ଜୁନଙ୍କ ନାମ ଅନେକଙ୍କ ସହ ଯୋଡ଼ାଯାଇଛି। ପ୍ରଥମେ ତାଙ୍କ ନାମ ଅର୍ପିତା ଖାଁ ଶର୍ମାଙ୍କ ସହ ଯୋଡ଼ାଯାଇଥିଲା। ହେଲେ ଦୁହେଁ ଅଲଗା ହୋଇଥିଲେ। ଅନୁଷ୍କା ଶର୍ମାଙ୍କ ସହ ଖୁବ୍‌ କମ୍‌ ସମୟ ଧରି ସମ୍ପର୍କରେ ଅଭିନେତା ଥିଲେ। ସୋନାକ୍ଷୀଙ୍କ ସହ ଅର୍ଜୁନଙ୍କ ନାମ ଯୋଡ଼ା ଯାଇଥିଲେ ହେଁ ଶୀଘ୍ର ଦୁହେଁ ଅଲଗା ହୋଇଥିଲେ। ସେହିଭଳି ପରିଣୀତି ଚୋପ୍ରାଙ୍କ ସହ ତାଙ୍କ ଭଲ ସମ୍ପର୍କ ରହିଥିଲା। ଫିଲ୍ମ ମୁବାରକା ସମୟରେ ଅର୍ଜୁନଙ୍କ ନାମ ଆଥିଆ ସେଟ୍ଟିଙ୍କ ସହ ଯୋଡ଼ାଯାଇଥିଲା। ଏହାପରେ ତାଙ୍କ ଜୀବନରେ ମଲାଇକାଙ୍କ ଏଣ୍ଟ୍ରି ହୋଇଥିଲା। ଦୁହେଁ ଦୀର୍ଘଦିନରୁ ପରସ୍ପରକୁ ଡେଟ୍‌ କରୁଥିଲେ।

Share