ଏହି ଅଭିନେତ୍ରୀଙ୍କ ପାଇଁ ଅର୍ଜୁନ କପୁରଙ୍କୁ ବହୁତ ମାଡ଼ ଖାଇବାକୁ ପଡ଼ିଥିଲା, କାରଣ ଜାଣିଲେ…

ବଲିଉଡ୍‌ ଅଭିନେତ୍ରୀ ଅଭିନେତା ସେମାନଙ୍କ ଅଭିନୟ ପାଇଁ ଯେତିକି ନୁହେଁ ତାଠୁ ଅଧିକ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥାନ୍ତି। ସେମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ପ୍ରାୟ ସମସ୍ତଙ୍କ ଇଚ୍ଛା ଥାଏ। ଆଜି ଆମେ ଏପରି ୨ ଜଣ ଭାଇ ଭଉଣୀଙ୍କ ବିଷୟରେ କହିବାକୁ ଯାାଉଛୁ ଯାହାଙ୍କ ବ୍ୟକ୍ତିଗତ ଜୀବନ ବେଶ ରୋଚକପୂର୍ଣ୍ଣ।
ସୋନମ କପୁର ଏବଂ ଅର୍ଜୁନ କପୁର ସମ୍ପର୍କରେ ଭାଇ ଭଉଣୀ । ଅର୍ଜୁନ ହେଉଛନ୍ତି ବୋନି କପୁରଙ୍କ ପୁଅ। ସୋନମ ଏବଂ ଅର୍ଜୁନ ଦୁହେଁ ଗୋଟିଏ ବିଦ୍ୟାଳୟରେ ପଢ଼ୁଥିଲେ। ଯେତେବେଳେ ବି ସୋନମ କପୁର ସ୍କୁଲରେ କାହା ସହିତ ଝଗଡା କରୁଥିଲେ, ସେ ତାଙ୍କ ଭାଇ ଅର୍ଜୁନଙ୍କୁ ନେଇ ଝଗଡ଼ା କରିବାକୁ ପହଞ୍ଚି ଯାଉଥିଲେ। ଏକଦା ଅର୍ଜୁନ କହିଥିଲେ ଯେ, ସୋନମଙ୍କ ପାଇଁ ସେ ସ୍କୁଲରେ ଜଣେ ସିନିୟରଙ୍କଠାରୁ ବହୁତ ମାଡ଼ ଖାଇଥିଲେ। ସ୍କୁଲର ଜଣେ ସିନିୟର ସୋନମଙ୍କଠାରୁ ବଲ ଛଡ଼ାଇ ନେଇଥିଲେ ଏବଂ ସୋନମ କାନ୍ଦି କାନ୍ଦି ଭାଇ ଅର୍ଜୁନଙ୍କ ନିକଟକୁ ଯାଇଥିଲେ। ସୋନମଙ୍କ ଆଖିରୁ ଲୁହ ଦେଖି ଅର୍ଜୁନ ପିଲାଟି ସହିତ ମାରପିଟ୍‌ କରିବାକୁ ଯାଇଥିଲେ। ସୋନମଙ୍କ କାରଣରୁ ଅର୍ଜୁନ ସେତେବେଳେ ବହୁତ ମାଡ଼ ଖାଇଥିଲେ କାରଣ ଅନ୍ୟପିଲାଟି ସିନିୟର ବକ୍ସିଂ ଚାମ୍ପିୟନ ଥିଲେ।

Share