ଆଲିଆଙ୍କ ଷ୍ଟାଇଲରେ ଫିଦା ହେଲେ ଅର୍ଜୁନ

ମୁମ୍ବାଇ: ବଲିଉଡର ଗର୍ଜିୟସ ଦିଭା ଆଲିଆ ଭଟ୍ଟ ଏବେ ତାଙ୍କର ପ୍ରେଗ୍ନେସି ଫେଜକୁ ଏନଜୟ କରୁଛନ୍ତି । ପ୍ରେଗ୍ନେଟ ଥାଇ ବି ଖୁବ୍ ଆକ୍ଟିଭ ଅଛନ୍ତି ଆଲିଆ । ତାଙ୍କ ଅପକମିଂ ଫିଲ୍ମ ‘ଡାର୍ଲିଂସ’ର ଖୁବ୍ ପ୍ରମୋଶନ କରୁଛନ୍ତି । ଏହି ଫିଲ୍ମର ପ୍ରମୋଶନ ସମୟରେ ଆଲିଆଙ୍କ ଲୁକରେ ଫିଦା ହୋଇଛନ୍ତି ଦର୍ଶକେ । ଏମିତିକି ଅଭିନେତା ଅର୍ଜୁନ କପୁର ବି ଆଲିଆଙ୍କର ଖୁବ୍ ତାରିଫ କରିଛନ୍ତି । ପ୍ଲେନ ହ୍ୱାଇଟ ସାର୍ଟ ଓ ବ୍ଲୁ ଡେନିମ ସହ ସୁପର ଷ୍ଟଟିଂ ଫଟୋ ଶେୟାର କରିଛନ୍ତି । ଏହାସହ ମେସି ପୋନିଟଲ ଓ ନ୍ୟୁଡ ଗ୍ଲୋଇଙ୍ଗ ମେକଅପରେ ଲୁକ୍ସକୁ କମ୍ପ୍ଲିଟ କରିଛନ୍ତି ।
ଆଲିଆଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଲିଆଙ୍କ ଲୁକ୍ସକୁ କେବଳ ପ୍ରଶଂସକ ନୁହେଁ କେତେଜଣ ସେଲିବ୍ରିଟି ବି ଖୁବ୍ ପ୍ରଶଂସା କରିଛନ୍ତି । ଅଭିନେତ୍ରୀଙ୍କ ସୁପର ଗର୍ଜିୟସ ଲୁକ ଓ ପ୍ରେଗ୍ନେସିରେ ଆକ୍ଟ୍ରେସଙ୍କ ଶାର୍ପ ଜଲାଇନ ଦେଖି ଫିଦା ହୋଇଛନ୍ତି ଅର୍ଜୁନ କପୁର । ଏହାକୁ ନେଇ ଅର୍ଜୁନ କମେଣ୍ଟରେ ଲେଖିଛନ୍ତି, ପ୍ରେଗ୍ନେସିରେ ଏମିତି ଜଲାଇନ..କମାଲ ହୈ ଆଲିଆ ଭଟ୍ଟ, ଟୁ ଗୁଡ । ଏହାସହ ଏକ ହାର୍ଟ ଇମୋଜି ଶେୟାର କରି ଆଲିଆଙ୍କୁ ଭଲପାଇବା ବି ଦେଇଛନ୍ତି । ଇଶା ଗୁପ୍ତା ବି ଆଲିଆଙ୍କୁ ଖୁବ୍ ପ୍ୟାର ଦେଇଛନ୍ତି ।
ପ୍ରେଗ୍ନେସିରେ ଆଲିଆଙ୍କ ଷ୍ଟାଇଲ ଷ୍ଟେଟମେଣ୍ଟ ଓ ଫ୍ୟାଶନ ଅନ୍ ପଏଣ୍ଟ । ତାଙ୍କର ପ୍ରେଗ୍ନେସି ଫ୍ୟାଶନ ସମସ୍ତଙ୍କୁ ଇମ୍ପ୍ରେସ କରୁଛି । ଇଣ୍ଡିଆନ ହେଉ ଅବା ୱେଷ୍ଟର୍ଣ୍ଣ ପ୍ରେଗ୍ନେସିରେ ଆଲିଆଙ୍କ ଷ୍ଟାଇଲ ଷ୍ଟେଟମେଣ୍ଟ ସମସ୍ତଙ୍କ ଉପରେ ଭାରି ପଡୁଛି ।

Share