ଲେଡି ଲଭ୍‌ଙ୍କ ସହ ଜନ୍ମଦିନ ପାଳିଲେ ଅର୍ଜୁନ

ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ଆଜି ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ପ୍ୟାରିସର ସବୁଠାରୁ ରୋମାଣ୍ଟିକ ସହରରେ ଅର୍ଜୁନ ଲେଡି ଲଭ୍‌ ମଲାଇକା ଆରୋରାଙ୍କ ସହ ସେ ଜନ୍ମଦିନ ପାଳନ କରିଛନ୍ତି। ଅର୍ଜୁନ ଇନ୍‌ଷ୍ଟାଗ୍ରାମରେ ରୋମାଣ୍ଟିକ ଫଟୋ ଶେୟାର କରିଛନ୍ତି। ଫଟୋରେ ଅର୍ଜୁନ ସେଲଫି ନେଉଥିବାବେଳେ ମଲାଇକା ତାଙ୍କ ପଛରେ ଛିଡା ହୋଇଛନ୍ତି। ମଲାଇକା ମଧ୍ୟ ତାଙ୍କ ପ୍ରେମିକଙ୍କ ଜନ୍ମଦିନ ସ୍ବତନ୍ତ୍ର କରିବା ପାଇଁ କୌଣସି ସୁଯୋଗ ହାତଛଡା କରିବାକୁ ଚାହାଁନ୍ତି ନାହିଁ। ସେଥିପାଇଁ ସେ ଜନ୍ମଦିନର ୭୨ ଘଣ୍ଟା ପୂର୍ବରୁ ଅର୍ଜୁନଙ୍କୁ ବିଶେଷ ଉପହାର ଦେଇଥିଲେ।
ମଲାଇକା ଏବଂ ଅର୍ଜୁନ ଦୀର୍ଘ ଦିନ ହେବ ପରସ୍ପରକୁ ଡେଟ କରୁଛନ୍ତି। ଉଭୟ ପ୍ରାୟତଃ ପାର୍ଟୀ ଏବଂ ଅନ୍ୟାନ୍ୟ ଇଭେଣ୍ଟରେ ଏକାଠି ନଜର ଆସିଥାନ୍ତି। ଦୁହେଁ ଚଳିତ ବର୍ଷ ନଭେମ୍ବର କିମ୍ବା ଡିସେମ୍ବର ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି।

Share