କରୋନାରୁ ସୁସ୍ଥ ହେବା ପରେ ଏମିତି କହିଲେ ଅର୍ଜୁନ କପୁର

ମୁମ୍ବାଇ,୭।୧୦-ମହାମାରୀ କରୋନାରୁ ସୁସ୍ଥ ହୋଇଛନ୍ତି ବଲିଉଡ ଅଭିନେତା ଅର୍ଜୁନ କପୁର। ଦୀର୍ଘ ଏକ ମାସ ଧରି କରୋନା ସହ ଲଢେଇ କରିବା ପରେ ସେ ସୁସ୍ଥ ହୋଇଛନ୍ତି। ତାଙ୍କ ରିପୋର୍ଟ ନେଗେଟିଭ ଆସିଛି। ଏ ନେଇ ଅର୍ଜୁନ ସୋସିଆଲ ମିଡିଆରେ ଜଣାଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ମୁଁ ସୁସ୍ଥ ଅନୁଭବ କରୁଛି। ଖୁବଶୀଘ୍ର କାମରେ ଯୋଗଦେବି। ସେହିପରି କରୋନାରୁ ରକ୍ଷା ପାଇବା ପାଇଁ ସବୁବେଳେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

Share