କେବେ ବିବାହ କରିବେ ମଲାଇକାଙ୍କୁ? ଅର୍ଜୁନ ଦେଲେ ଏଭଳି ଜବାବ

ବମ୍ବେ: ଦୀର୍ଘଦିନ ଧରି ଡେଟ୍‌ କରିବା ପରେ ମଲାଇକା ଅରୋରାଙ୍କୁ ବିବାହ କରିବାକୁ ମନ ବଳାଇଲେଣି ଅଭିନେତା ଅର୍ଜୁନ କପୁର। ଏନେଇ ନିର୍ଦ୍ଦେଶକ କରନ୍‌ ଜୋହରଙ୍କ ବିବାଦୀୟ ଶୋ’ ‘କଫି ଉଇଥ୍‌ କରନ-୮’ରେ ଖୁଲାସା କରିଛନ୍ତି ସେ। କେବଳ ଏତିକି ନୁହେଁ ନିଜ ଜୀବନକୁ ନେଇ ଅନେକ ବିଷୟରେ ସେ ମୁହଁ ଖୋଲିଛନ୍ତି।

ବିବାହକୁ ନେଇ ଅର୍ଜୁନଙ୍କୁ କରନ୍‌ ପଚାରିଥିଲେ। ଜବାବରେ ଅଭିନେତା କହିଥିଲେ ଯେ ସଠିକ ସମୟ ଆସିଲେ ସେ ବିବାହ ନେଇ ମଲାଇକାଙ୍କୁ କହିବେ। ଯେଉଁଠି ଆମେ ଦୁହେଁ ଛିଡ଼ା ହୋଇଛୁ ସେଥିଲାଗି ବହୁତ ସଂଘର୍ଷ କରିବାକୁ ପଡ଼ିଛି। ଏକୁଟିଆ ବିବାହ ବିଷୟରେ ନିଶ୍ଚିତ ଭାବେ କଥାହେବି ବୋଲି ସେ କହିଛନ୍ତି।

ବଲିଉଡର ଏହି ଲଭବାର୍ଡଙ୍କ ବିଷୟରେ କହିଲେ ଦୁହିଁଙ୍କ ମଧ୍ୟରେ ୯ ବର୍ଷର ତଫାତ। ମଲାଇକା ବୟସରେ ଅର୍ଜୁନଙ୍କଠାରୁ ବଡ଼। ପୂର୍ବରୁ ବିବାହିତା ଥିବା ବେଳେ ପୁତ୍ର ସନ୍ତାନର ଜନନୀ। ଛାଡ଼ପତ୍ର ପରେ ଏବେ ଦୁହେଁ ଡେଟ୍‌ କରୁଛନ୍ତି, ଯାହାକୁ ନେଇ ସର୍ବଦା ତାଙ୍କୁ ଟ୍ରୋଲ କରାଯାଇଛି। କେହି କେହି ତାଙ୍କୁ ମା’ପୁଅଙ୍କ ଯୋଡ଼ି ବୋଲି କହିବାକୁ ପଛାଇ ନ ଥାନ୍ତି।

Share