ବ୍ରେକ୍‌ଅପ୍‌ ଚର୍ଚ୍ଚା ମଧ୍ୟରେ ପୁଣି ଏକାଠି ଅର୍ଜୁନ-ମଲାଇକା

ମଲାଇକା ଆରୋରା-ଅର୍ଜୁନ କପୁରଙ୍କ ମଧ୍ୟରେ ବ୍ରେକଅପକୁ ନେଇ ଆଜିକାଲି ବଲିଉଡରେ ଚର୍ଚ୍ଚା ହେଉଛି। ୬ ବର୍ଷ ଡେଟିଂ ପରେ ଏହି ଯୋଡି ପରସ୍ପରଠାରୁ ଅଲଗା ହୋଇଥିବା ଖବର ଆସିଥିଲା। କିନ୍ତୁ ବର୍ତ୍ତମାନ ଉଭୟ ଏହି ଖବରକୁ ଖଣ୍ଡନ କରିଛନ୍ତି। ନିକଟରେ ମୁମ୍ବାଇର ବର୍ଷା ମଧ୍ୟରେ ମଲାଇକା ଏବଂ ଅର୍ଜୁନଙ୍କୁ ଏକାଠି ଦେଖିବାକୁ ମିଳିଛି। ଏହି ସମୟରେ ଅର୍ଜୁନ କଳା ଟି-ଶର୍ଟ ସହିତ ଟ୍ରାଉଜର ପିନ୍ଧ ଥିବାବେଳେ ମଲାଇକା ଧଳା ଟପ ସହିତ ନଜର ଆସିଥିଲେ। ଏହି ଯୋଡିି ଘରୁ ବାହାରି ନିଜ କାରରେ ବସିଥିବାର ଦେଖାଯାଇଥିଲା।
ମଲାଇକାଙ୍କ ସହ ବ୍ରେକଅପ ଖବର ମଧ୍ୟରେ ଅର୍ଜୁନ କପୁରଙ୍କ ନାମ ଅଭିନେତ୍ରୀ ତଥା ପ୍ରସିଦ୍ଧ ୟୁଟ୍ୟୁବର୍‌ କୁଶା କପିଲାଙ୍କ ସହ ଜଡିତ ଥିଲା।

Share