ବଲିଉଡ୍ ଅଭିନେତା ଅର୍ଜୁନ କପୁର ନିକଟରେ ନିଜର ୩୭ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ସେ ପ୍ରେମିକା ମଲାଇକା ଆରୋରାଙ୍କ ସହ ପ୍ୟାରିସ ଯାଇଥିଲେ। ସେଠାରେ ଉଭୟ କିଛି ଦିନ ଛୁଟି କାଟି ମୁମ୍ବାଇ ଫେରିଛନ୍ତି। ପ୍ୟାରିସ୍ରେ ଛୁଟି କାଟୁଥିବାବେଳେ ଅର୍ଜୁନ-ମଲାଇକା ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପାଇଁ ଗର୍ବ ଅନୁଭବ କରିଛନ୍ତି।
ମଲାଇକା ଏବଂ ଅର୍ଜୁନ ପ୍ୟାରିସ ବିମାନବନ୍ଦରରେ ଏକ ହୋର୍ଡିଂ ଦେଖିଥିଲେ। ହୋର୍ଡିଂରେ ଦୀପିକାଙ୍କ ଏକ ଭିଡିଓ ପ୍ଲେ ହେଉଥିଲା। ଏହି ଭିଡିଓ ଦେଖି ଅର୍ଜୁନ-ମଲାଇକା ନିଜକୁ ଅଟକାଇ ପାରି ନ ଥିଲେ। ଏକ ଭିଡିଓ ପ୍ରସ୍ତୁତ କରି ଏହାକୁ ଇନଷ୍ଟାଗ୍ରାମ ଷ୍ଟାଟସ୍ରେ ଶେୟାର କରି ଦୀପିକାଙ୍କୁ ପ୍ରଶଂସା କରିଥିଲେ।
ଭିଡିଓ ଶେୟାର କରି ଅର୍ଜୁନ ଲେଖିଛନ୍ତି- ବିଦେଶୀ ହଲିଡେ’ରେ ଦେଶୀ ଟଚ୍। ପ୍ୟାରିସ ବିମାନବନ୍ଦରରେ ଏହା ଦେଖି ବହୁତ ଗର୍ବିତ। ମଲାଇକା ଲେଖିଥିଲେ – ‘ବହୁତ ଭଲ, ଦୀପିକା ଜଣେ ପଥ ପଦର୍ଶକ। ନିକଟରେ ଦୀପିକା କାନ୍ସ ୨୦୨୨ରେ ଭାରତର ପ୍ରତିନିଧିତ୍ୱ କରିଥିଲେ।