ବିବାହ ନ କରି ଦ୍ୱିତୀୟଥର ପିତା ହେଲେ ଅର୍ଜୁନ

ଅଭିନେତା ଅର୍ଜୁନ ରାମପାଲ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ଗାବ୍ରିଏଲା ଡେମେଟ୍ରିଏଡସ ଦ୍ୱିତୀୟ ଥର ମାତାପିତା ହୋଇଛନ୍ତି। ଗାବ୍ରିଏଲା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଅର୍ଜୁନ ଏନେଇ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ମୁଁ ଏବଂ ମୋ ପରିବାର ଆଜି ଏକ ସୁନ୍ଦର ଶିଶୁପୁତ୍ର ଆଶୀର୍ବାଦ ପ୍ରାପ୍ତ ହୋଇଛୁ। ଉଭୟ ମା’ ଏବଂ ପୁଅ ଭଲ ଅଛନ୍ତି। ସେ ଏହି ଖୁସି ଖବର ଦେବା ପରେ ସେଲିବ୍ରିଟ ଏବଂ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଅର୍ଜୁନ ରାମପାଲ ଏବଂ ଗାବ୍ରିଏଲା ଦୀର୍ଘ ଦିନ ହେବ ପରସ୍ପରକୁ ଡେଟ୍‌ କରୁଛନ୍ତି। ୨୦୧୯ରେ ସେମାନଙ୍କୁ ପ୍ରଥମ ପୁଅ ଏରିକ ରାମପାଲ ଜନ୍ମଗ୍ରହଣ କରିଥିଲେ।
ପୂର୍ବତନ ପତ୍ନୀ ମେହେର ଜେସିଆଙ୍କ ସହ ଅର୍ଜୁନ ରାମପାଲଙ୍କର ମଧ୍ୟ ଦୁଇଟି ଝିଅ ଅଛନ୍ତି। ୨୦୧୯ରେ ଅର୍ଜୁନ ଏବଂ ମେହେର ଆନୁଷ୍ଠାନିକ ଭାବରେ ଛାଡପତ୍ର ହୋଇଥିଲେ।

Share