ଗର୍ଲ ଫ୍ରେଣ୍ଡଙ୍କୁ କେବେ ବିବାହ କରିବେ ନାହିଁ ଅର୍ଜୁନ ରାମପାଲ

ମୁମ୍ବାଇ: ଅଭିନେତା ଅର୍ଜୁନ ରାମପାଲ ଏବେ ଲିଭଇନ୍ ରିଲେସନଶିପରେ ଅଛନ୍ତି । ସେ ଓ ତାଙ୍କ ଗର୍ଲ ଫ୍ରେଣ୍ଡ ଗେବ୍ରିଏଲା ଡେମୋଟ୍ରିଏଡ୍‌ସଙ୍କୁ ବଲିଉଡର ଚର୍ଚ୍ଚତ କପୁଲ ବୋଲି କୁହାଯାଇଥାଏ । ଏହି କପୁଲ ଏକ ପୁତ୍ର ସନ୍ତାନ ଏରିକଙ୍କ ଅଭିଭାବକ ଅଟନ୍ତି । ସୂଚନାଯୋଗ୍ୟ, ୨୦୧୯ରେ ଗେବ୍ରିଏଲା, ଅର୍ଜୁନଙ୍କୁ ବିବାହ କରିବା ପୂର୍ବରୁ ମାଆ ହୋଇଯାଇଥିଲେ । ଏବେ ତାଙ୍କ ପୁଅ ୩ ବର୍ଷର ହେବାକୁ ଯାଉଛି । ଏହାପରେ ବି ଏହି କପୁଲ କେବେ ବିବାହ କରିବାର ଯୋଜନା କରି ନାହାନ୍ତି । କିଛିଦିନ ତଳେ ଅର୍ଜୁନ ଏକ ସାକ୍ଷାତକାରରେ କହିଥିଲେ କି ସେ ଓ ଗେବ୍ରିଏଲାଙ୍କ ବିବାହକୁ କୌଣସି ମାନ୍ୟତା ବା କାଗଜ ଫର୍ଦ୍ଦର ଆଶ୍ୟକତା ନାହିଁ । କାରଣ ଆମ ଅନମ୍ୟାରେଡ ଲାଇଫ କୌଣସି କପୁଲଠାରୁ କମ୍ ନୁହେଁ ।
ସୂଚନାଯୋଗ୍ୟ, ବଲିଉଡର ଏହି ସୁପର କପଲ ଲିଭ-ଇନ ରିଲେସନଶିପରେ ଅଛନ୍ତି ଓ ପୁଅର ଦେଖାରଖା କରୁଛନ୍ତି । ପ୍ରଥମେ ଅର୍ଜୁନ ରାମପାଲ ମଡେଲ ମେହର ଜେସିୟାଙ୍କୁ ବିବାହ କରିଥିଲେ ହେଲେ ଏବେ ସେମାନେ ଅଲଗା ହୋଇଯାଇଛନ୍ତି । ଏାମନେ ମେ’ ୨୦୧୮ରେ ଅଲଗା ହୋଇଯାଇଛନ୍ତି । ଏମାନଙ୍କର ଦୁଇଟି ଝିଅ ମାହିକା ଓ ମାୟରା ଅଛନ୍ତି । ଏମାନେ ମାତା ମେହରଙ୍କ ସହ ରୁହନ୍ତି । ଗେବ୍ରିଏଲା ବି ଜଣେ ମଡେଲ ଓ ତାଙ୍କ ପୁଅ ଏରିକ ୧୮ ଜୁଲାଇ ୨୦୧୯ରେ ଜନ୍ମ ନେଇଛି ।

Share