ମୁମ୍ବାଇ,୧୧ ।୧: ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲଙ୍କ ଭଉଣୀ କୋମଲ ରାମପାଲଙ୍କୁ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି) ସମନ ଜାରି କରିଛି । ବଲିଉଡ୍ ଡ୍ରଗ୍ସ ମାମଲାରେ ତାଙ୍କୁ ପଚରା ଉଚରା ପାଇଁ ଏହି ସମନ ଜାରି କରାଯାଇଛି । ଏହା ପୂର୍ବରୁ ମଧ୍ୟ ଏନ୍ସିବି କୋମଲ ରାମପାଲଙ୍କୁ ସମନ ଜାରି କରିଥିଲା କିନ୍ତୁ ସେ ହାଜର ହୋଇ ନ ଥିଲେ । ସେ ତାଙ୍କ ଓକିଲଙ୍କ ମାଧ୍ୟମରେ ହାଜର ହୋଇ ନ ପାରିବେ ବୋଲି କହିଥିଲେ । ଏବେ ପୁଣିଥରେ କୋମଲଙ୍କ ନାଁରେ ସମନ ଆସିବା ପରେ କୁହାଯାଉଛି କି ରାମପାଲ ପରିବାରଙ୍କ ସମସ୍ୟା ବଢିଯାଇପାରେ । ସୂଚନାଯୋଗ୍ୟ, ଏହା ପୂର୍ବରୁ ବି ଅର୍ଜୁନ ରାମପାଳଙ୍କୁ ଡ୍ରଗ୍ସ ମାମଲାରେ ପଚରା ଉଚରା ପାଇଁ ଏନ୍ସିବି ଦୁଇଥର ଡାକିଥିଲା । କେବଳ ସେତିକି ନୁହେଁ ଅର୍ଜୁନଙ୍କ ଗର୍ଲଫ୍ରେଣ୍ଡ ଗାବ୍ରିଏଲା ଡେମୋଟ୍ରିଏଡସଙ୍କୁ ମଧ୍ୟ ପଚରାଉଚରା ସରିଛି । ଗତ ନଭେମ୍ବରରେ ଅର୍ଜୁନ ରାମପାଲଙ୍କ ମୁମ୍ବାଇ ସ୍ଥିତ ଘରେ ମଧ୍ୟ ଚଢାଉ କରାଯାଇଥିଲା ।