ଅଭିନେତା ଅର୍ଜୁନଙ୍କୁ ଏନ୍‌ସିବିର ସମନ

ବମ୍ବେ: ବଲିଉଡ୍‌ରେ ଡ୍ରଗ୍ସ ମାମଲାର ଖୋଳତାଡ଼ କରୁଛି ଏନ୍‌ସିବି। ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ, କମେଡିଆନ୍‌ ଭାରତୀ ସିଂହଙ୍କ ପରେ ଏବେ ଅଭିନେତା ଅର୍ଜୁନ ରାମପାଲଙ୍କୁ ଏନ୍‌ସିବି କରିଛି ସମନ। ଡିସେମ୍ବର ୧୬ରେ ପଚରାଉଚରା କରିବା ପାଇଁ ଅର୍ଜୁନଙ୍କୁ ଡାକରା ଆସିଛି। ଗତ ମାସରେ ଡ୍ରଗ୍ସ ମାମଲାରେ ସମ୍ପୃକ୍ତି ଥିବାକୁ ନେଇ ସେ ମନା କରିଥିଲେ। ଏଣୁ ପୁଣି ଥରେ ତାଙ୍କୁ ଡକରା ଆସିବା ଅଡ଼ୁଆ ବଢ଼ାଇପାରେ ବୋଲି ହେଉଛି ଚର୍ଚ୍ଚା।

ନଭେମ୍ବରରେ ଅର୍ଜୁନଙ୍କ ଘରେ ରେଡ୍‌ କରିଥିଲା ଏନ୍‌ସିବି। ସେଠାରୁ ଡ୍ରଗ୍ସ ମିଳି ନ ଥିଲେ ବି କିଛି ଅବୈଧ ଔଷଧ ମିଳିଥିଲା। ଗଣମାଧ୍ୟମକୁ ଏ ସମ୍ପର୍କରେ କଥା ହୋଇ ଅର୍ଜୁନ ନିଶା ସେବନ କରୁ ନ ଥିବା କହିଥିଲେ। ଘରେ ମିଳିଥିବା ଔଷଧର ତାଲିକା ତାଙ୍କ ପାଖରେ ରହିଛି ବୋଲି କହିବା ସହ ତଦନ୍ତରେ ସହଯୋଗ କରୁଥିବା କହିଥିଲେ।

Share