ମଲାଇକାଙ୍କ ସହ ସମ୍ପର୍କକୁ ନେଇ ଏମିତି କହିଲେ ଅର୍ଜୁନ

ଅଭିନେତା ଅର୍ଜୁନ କପୁର ଏବଂ ମଲାଇକା ଆରୋରା ବଲିଉଡ୍‌ର ଚର୍ଚ୍ଚିତ ଯୋଡିଙ୍କ ମଧ୍ୟରୁ ଅନ୍ୟତମ। ନିଜଠାରୁ ବୟସରେ ବଡ଼ ମଲାଇକାଙ୍କ ସହ ସମ୍ପର୍କକୁ ନେଇ ଅର୍ଜୁନ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ତେବେ ସମ୍ପର୍କକୁ ନେଇ ଚର୍ଚ୍ଚା ହେବା ପରେ ସେମାନେ ମୁହଁ ଖୋଲିଛନ୍ତି। ଏକ ସାକ୍ଷାତକାରରେ ଅର୍ଜୁନ ମଲାଇକାଙ୍କ ସହ ଜଡିତ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଯାହାକୁ ନେଇ ଖୁବ ଆଲୋଚନା ହୋଇଛି।
ଯେତେବେଳେ ଅର୍ଜୁନଙ୍କୁ ସବୁ ସମୟରେ ମଲାଇକାଙ୍କ ସହ ଛିଡା ହୋଇଛନ୍ତି ବୋଲି ପ୍ରଶ୍ନ କରାଯାଇଥିଲା । ସେକହିଥିଲେ, ହଁ, ସେ ମୋ ସହ ଏବଂ ମୁଁ ତାଙ୍କ ସହ ସବୁ ବେଳେ ଅଛି ଆଉ ରହିିବି । ସୋସିଆଲ ମିଡିଆ ଯୋଗୁ ସବୁକିଛି ଅତ୍ୟଧିକ ଖରାପ ହୋଇଯାଇଥିଲା । ଚାଲିଥିବା ଗୁଜବ କଥା, ଅସୁବିଧା ଥିବା ସମୟରେ ଆମେ ଆମ ସମ୍ପର୍କରେ ଏ ସବୁକୁ ଆଣି ନଥିଲୁ । ଏହା ବ୍ୟତୀତ ପରସ୍ପରକୁ ସହଯୋଗ କରିଥିଲୁ । ଏହା ସହ ଅର୍ଜୁନ ଆହୁରି କହିଛନ୍ତି, ‘ଅନେକ ଦିନ ଧରି ଆମ ଜୀବନ ନର୍କ ହୋଇ ଯାଇଥିଲା। ଆମେ ବହୁତ ସମସ୍ୟା ଦେଇ ଗତି କରିଥିଲୁ। କିନ୍ତୁ ସେ ସମୟରେ ମଲାଇକାଙ୍କ ସହ ଛିଡ଼ା ହେବା ପାଇଁ ମୁଁ କଦାପି ଖରାପ ଅନୁଭବ କରି ନାହିଁ ।

Share