ବ୍ୟାଟିଂ କି ବୋଲିଂ ନୁହେଁ, ଏହି କାମରେ ଟ୍ୟାଲେଣ୍ଟ୍‌ ଦେଖାଇଲେ ସଚିନ ତେନ୍ଦୁଲକରଙ୍କ ପୁଅ

ମୁମ୍ବାଇ,୧୧।୫: ଆଇପିଏଲ ୨୦୨୨ରେ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ସାମିଲ ଥିବା ଅର୍ଜୁନ ତେନ୍ଦୁଲକର ଏପର୍ଯ୍ୟନ୍ତ ତାଙ୍କ ଆଇପିଏଲ ଡେବ୍ୟୁକୁ ଅପେକ୍ଷା କରିଛନ୍ତି। ଚଳିତ ବର୍ଷ ଅର୍ଜୁନଙ୍କୁ ୩୦ ଲକ୍ଷ ଟଙ୍କାରେ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ, କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ଚଳିତ ସିଜିନରେ ଗୋଟିଏ ମ୍ୟାଚ ଖେଳିବାର ସୁଯୋଗ ମିଳିନାହିଁ। ଯଦିଓ ଅର୍ଜୁନ ପଡ଼ିଆରେ ବ୍ୟାଟିଂ ଏବଂ ବୋଲିଂରେ ନିଜର ଟ୍ୟାଲେଣ୍ଟ୍‌ ପ୍ରଦର୍ଶନ କରିବାରେ ସୁଯୋଗ ପାଇନାହାନ୍ତି, କିନ୍ତୁ ପଡ଼ିଆ ବାହାରେ ସେ ଗୋଟିଏ ଜିନିଷରେ ନିଜକୁ ଦକ୍ଷ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରୁଛନ୍ତି।
ଭାରତର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ସେ ରୋଷେଇରେ ନିଜର ଟ୍ୟାଲେଣ୍ଟ୍‌ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି। ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଅର୍ଜୁନ ତେନ୍ଦୁଲକରଙ୍କ ସାଥୀ ଧୱଲ କୁଲକର୍ଣ୍ଣି ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ଅର୍ଜୁନ ତେନ୍ଦୁଲକର ରୁଥିବା ଦେଖିବାକୁ ମିଳିଛି। ଅର୍ଜୁନଙ୍କ ଭିଡିଓ ଶେୟାର କରି ଧୱଲ କ୍ୟାପସନ ଦେଇଛନ୍ତି ‘ମାଷ୍ଟର ଚେଫ’।
ସୂଚନାଯୋଗ୍ୟ, ଚଳିତ ଆଇପିଏଲ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ୧୧ଟି ମ୍ୟାଚ ମଧ୍ୟରୁ ୯ଟି ମ୍ୟାଚ ପରାସ୍ତ ହୋଇ ପ୍ଲେ ଅଫ ଦୌଡ଼ରୁ ବାଦ୍‌ ପଡ଼ିଛି।

Share