Categories: ଖେଳ

ଅର୍ଜୁନ ତେନ୍ଦୁଲକରଙ୍କୁ କାମୁଡିଦେଲା କୁକୁର

ନୂଆଦିଲ୍ଲୀ,୧୬।୫: ଆଜି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଖେଳିବ। ଉଭୟ ଦଳ ପାଇଁ ମ୍ୟାଚ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥି ସହିତ ଏହି ମ୍ୟାଚ ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡିୟମରେ ସା ୭.୩୦ ରେ ଖେଳାଯିବ। ତେବେ ଏହି ମ୍ୟାଚ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଅଲରାଉଣ୍ଡର ଅର୍ଜୁନ ତେନ୍ଦୁଲକର ଏକ ବଡ଼ ଖୁଲାସା କରିଛନ୍ତି। ଅର୍ଜୁନ ତେନ୍ଦୁଲକର କହିଛନ୍ତି ,ତାଙ୍କୁ କୁକୁର କାମୁଡ଼ି ଦେଇଛି। ଲକ୍ଷ୍ନୌ ସୁପର ଜିଆଣ୍ଟସ ସୋସିଆଲ ମିଡିଆରେ ଏହି ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ଅର୍ଜୁନ ତେନ୍ଦୁଲକର କହୁଛନ୍ତି ଯେ ତାଙ୍କୁ କୁକୁର କାମୁଡିଦେଇଛି।

ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ଅର୍ଜୁନ ତେନ୍ଦୁଲକର ତାଙ୍କ ବନ୍ଧୁ ଯୁଧିବୀର ସିଂ ଚରକଙ୍କ ସହ କଥାବାର୍ତ୍ତା କରୁଥିବାର ନଜର ଆସିଛନ୍ତି। ଅର୍ଜୁନ ତେନ୍ଦୁଲକର ଲକ୍ଷ୍ନୌ ସୁପର ଜିଆଣ୍ଟସର ଏକ ଅଂଶ। ଏହାପୂର୍ବରୁ ଯୁଧିବୀର ସିଂ ଚରକ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଛନ୍ତି। ଯୁଧିବୀର ସିଂ ଚରକ ଏବଂ ଅର୍ଜୁନ ତେନ୍ଦୁଲକର ଭଲ ବନ୍ଧୁ। ଏହି ସମୟରେ, ଏହି ଦୁଇଜଣଙ୍କ ବ୍ୟତୀତ ଲକ୍ଷ୍ନୌ ସୁପର ଜଏଣ୍ଟସ ଖେଳାଳି ମୋହସିନ ଖାନ ଭିଡିଓରେ ନଜର ଆସିଛନ୍ତି। ତେବେ ସୋସିଆଲ ମିଡିଆରେ ଏହି ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।

Share