Categories: ଖେଳ

ଏହି ମହିଳା କ୍ରିକେଟର୍‌ଙ୍କ ସହ ଲଞ୍ଚ୍‌ ଡେଟ୍‌ରେ ଗଲେ ସଚିନ ତେନ୍ଦୁଲକରଙ୍କ ପୁଅ

ଲଣ୍ଡନ,୨୮।୬: ଟିମ ଇଣ୍ଡିଆ ଆଜିକାଲି ଇଂଲଣ୍ଡରେ ଅଛି। ଏଠାରେ ଟେଷ୍ଟ, ଟି-୨୦ ଏବଂ ଦିନିକିଆ ସିରିଜ ଖେଳିବାକୁ ପ୍ରସ୍ତୁତି ଚାଲିଛି। ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ମଧ୍ୟ ଆଜିକାଲି ଇଂଲଣ୍ଡରେ ଅଛନ୍ତି। ଇଂଲଣ୍ଡ ମହିଳା ଦଳର କ୍ରିକେଟର ଡାନିଏଲ ୱାଟଙ୍କ ସହ ଅର୍ଜୁନ ଲଞ୍ଚ୍‌ ଡେଟ୍‌ରେ ଯାଇଛନ୍ତି। ଡାନିଏଲ ନିଜ ଇନଷ୍ଟାଗ୍ରାମରେ ଅର୍ଜୁନ ତେନ୍ଦୁଲକରଙ୍କ ଫଟୋ ଶେୟାର କରିଛନ୍ତି। ଲଣ୍ଡନର ସୋହୋ ରେଷ୍ଟୁରାଣ୍ଟରେ ଡାନିଏଲ ଏବଂ ଅର୍ଜୁନ ଲଞ୍ଚ୍‌ କରିଥିଲେ। ଏହାର ଫଟୋ ଭାଇରାଲ ହେଉଛି।
ଅର୍ଜୁନ ଏବଂ ଡାନିଏଲ ଭଲ ବନ୍ଧୁ। ଯେତେବେଳେ ବି ଅର୍ଜୁନ ଇଂଲଣ୍ଡରେ ଥାଆନ୍ତି, ଉଭୟେ ପ୍ରାୟତଃ ସାକ୍ଷାତ କରନ୍ତି। ଏହାପୂର୍ବରୁ ମଧ୍ୟ ଉଭୟଙ୍କୁ ଏକତ୍ର ଦେଖିବାକୁ ମିଳିଥିଲା।
ନିକଟରେ ଅର୍ଜୁନ ତେନ୍ଦୁଲକର ଇଣ୍ଡିଆନ ପ୍ରିମିୟର ଲିଗରେ ମୁମ୍ବାଇ ଇଣ୍ଡିଆନ୍ସ ସହ ଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ଅର୍ଜୁନ ତେନ୍ଦୁଲକରଙ୍କୁ ୩୦ ଲକ୍ଷ ଟଙ୍କାରେ କିଣିଥିଲା। ସେ ଗତ ସିଜନରେ ଗୋଟିଏ ବି ମ୍ୟାଚ ଖେଳିବାର ସୁଯୋଗ ପାଇ ନ ଥିଲେ।

Share