Categories: ଖେଳ

ଚମତ୍କାର ପଦର୍ଶନ ପରେ ବଡ଼ ଟୁର୍ନାମେଣ୍ଟ ପାଇଁ ଅର୍ଜୁନ ତେନ୍ଦୁଲକରଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୧୨।୭: ନିକଟରେ ଖେଳାଯାଇଥିବା ଆଇପିଏଲ ୧୬ରେ ପୂର୍ବତନ ଭାରତୀୟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ଦେଖିବାକୁ ମିଳିଥିଲା। ଏବେ ଦେଓଧର ଟ୍ରଫି ଜରିଆରେ ତାଙ୍କୁ ପୁଣି ଥରେ ପଡ଼ିଆରେ ଦେଖିବାକୁ ମିଳିବ।ଦେଓଧର ଟ୍ରଫି ୨୦୨୩ ପାଇଁ ଅର୍ଜୁନ ତେନ୍ଦୁଲକରଙ୍କୁ ଦକ୍ଷିଣ ଜୋନର ଏକ ଅଂଶ କରାଯାଇଛି। ଏହି ଟୁର୍ନାମେଣ୍ଟ ଜୁଲାଇ ୨୪ ରୁ ଆରମ୍ଭ ହେବ ଏବଂ ପ୍ରଥମ ମ୍ୟାଚ ଉତ୍ତର ଜୋନ ଏବଂ ଦକ୍ଷିଣ ଜୋନ ମଧ୍ୟରେ ଖେଳାଯିବ।

ଭାରତ ପାଇଁ ଖେଳୁଥିବା ମୟଙ୍କ ଅଗ୍ରୱାଲ ଏହି ଟୁର୍ଣ୍ଣାମେଣ୍ଟରେ ଦକ୍ଷିଣ ଜୋନର ନେତୃତ୍ୱ ନେବେ। ଏହା ବ୍ୟତୀତ ଭାରତର ତାରକା ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ମଧ୍ୟ ଦଳରେ ସାମିଲ ହେବେ। ଏଥି ସହିତ ସାଇ କିଶୋର, ଦେବଦତ୍ତ ପଡିକ୍କଲ ଏବଂ ବୈଶକ ବିଜୟକୁମାରଙ୍କ ପରି ଆଇପିଏଲ ତାରକା ମଧ୍ୟ ଦଳରେ ନଜର ଆସିବେ। ପୁଡୁଚେରୀରେ ଖେଳାଯିବାକୁ ଥିବା ଦେଓଧର ଟ୍ରଫିର ଫାଇନାଲ ମ୍ୟାଚ ଅଗଷ୍ଟ ୩ ରେ ଖେଳାଯିବ।

ଅର୍ଜୁନ ତେନ୍ଦୁଲକରଙ୍କ ବିଷୟରେ କହିବକୁ ଗଲେ ସେ ଜଣେ ଅଲରାଉଣ୍ଡର। ଚଳିତ ବର୍ଷ ଖେଳାଯାଇଥିବା ଆଇପିଏଲ ୧୬ ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଡେବ୍ୟୁ କରିଥିଲେ। ଅର୍ଜୁନ ଜଣେ ବାମପନ୍ଥୀ। ସେ ବାମ ହାତରେ ବ୍ୟାଟ୍ସମ୍ୟାନ ଏବଂ ବୋଲର। ଅର୍ଜୁନ ଆଇପିଏଲରେ ୪ ଟି ମ୍ୟାଚ ଖେଳିଥିଲେ ଯେଉଁଥିରେ ସେ ବ୍ୟାଟିଂ ବେଳେ ୧୩ ରନ ସଂଗ୍ରହ କରି ବୋଲିଂରେ ୩ ଉଇକେଟ ନେଇଥିଲେ।

Share