ମୁମ୍ବାଇ,୨ା୧- ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କୁ ମୁମ୍ବାଇର ସିନିୟର ଦଳରେ ଯାଗା ମିଳିଛି। ଏହା ସ୍ପଷ୍ଟ କରିଛନ୍ତି ମୁମ୍ବାଇ ଦଳର ମୁଖ୍ୟ ଚୟନକର୍ତ୍ତା ସଲିଲ ଅଙ୍କୋଲା। ଆଗକୁ ଖେଳାଯିବାକୁ ଥିବା ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟ ଲାଗି ପୂର୍ବରୁ ଘୋଷିତ ୨୦ ଜଣିଆ ମୁମ୍ବାଇ ଦଳରେ ସ୍ଥାନ ପାଇ ନ ଥିଲେ ଅର୍ଜୁନ। ହେଲେ ଶନିବାର ଦଳରେ ଦୁଇ ଅଜୁର୍ନଙ୍କ ସମେତ ଦୁଇ ଖେଳାଳିଙ୍କୁ ଦଳରେ ସାମିଲ କାରଯାଇଛି।
ପୂର୍ବରୁ ବିସିସିଆଇ ପକ୍ଷରୁ ୨୦ ଜଣିଆ ଖେଳାଳି ଚୟନ କରିବାକୁ କୁହାଯାଇଥିଲା। ମାତ୍ର ଏବେ ଦଳରେ ୨୨ ଖେଳାଳିଙ୍କୁ ନେଇ ହେବ ବୋଲି ସ୍ପଷ୍ଟ ହେବା ପରେ ଆଉ ଦୁଇ ଜଣଙ୍କୁ ଚୟନ କରାଯାଇଛି ବୋଲି ଏମ୍ସିଏ ଅଫିସିଆଲ କହିଛନ୍ତି। ୨୧ ବର୍ଷୀୟ ଅର୍ଜୁନ ପ୍ରଥମ ଥର ପାଇଁ ସିନିୟର ସ୍ତରରେ ଖେଳିବାକୁ ସୁଯୋଗ ପାଇଛନ୍ତି। ସେ ଏପର୍ଯ୍ୟନ୍ତ କେବଳ ବିଭିନ୍ନ ବୟସ ବର୍ଗରେ ହିଁ ଖେଳୁଥିଲେ।