Advertisement

ବଲ୍‌ବୟରୁ ମୁମ୍ବାଇ ଇଣ୍ଡିଆନ୍ସର ନେଟ୍‌ ବୋଲର୍‌, ଏବେ ଫ୍ରାଞ୍ଚାଇଜ୍‌ କିଣିବା ପରେ ଏଭଳି ପ୍ରତିକ୍ରିୟା ରଖିଲେ ଅର୍ଜୁନ

ଚେନ୍ନାଇ,୧୯।୨: ଆଇପିଏଲ୍‌ର ମିନି ଅକ୍ସନରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ଫ୍ରାଞ୍ଚାଇଜ୍‌ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ତଥା ଯୁବ ଅଲ୍‌ରାଉଣ୍ଡର ଅର୍ଜୁନ ତେନ୍ଦୁଲକରଙ୍କୁ କିଣିଛି। ତାଙ୍କର ବେସ୍‌ ବ୍ରାଇସ୍‌ ୨୦ ଲକ୍ଷ ଟଙ୍କା ରହିଥିଲା। ଚେନ୍ନାଇରେ ଶେଷ ଖେଳାଳି ଭାବେ ତାଙ୍କ ନାମ ଡକାଯାଇଥିଲା। ଫ୍ରାଞ୍ଚାଇଜର କ୍ରିକେଟ ଅପରେଶନ୍ସ ନିର୍ଦ୍ଦେଶକ ତଥା ପୂର୍ବତନ ପେସର ଜାହିର ଖାନ୍‌ ହାତ ଟେକି ତାଙ୍କୁ ଦଳରେ ସାମିଲ କରିଥିଲେ। ତାଙ୍କ ଉପରେ ବିଶ୍ୱାସ ରଖି ସୁଯୋଗ ଦେଇଥିବାରୁ ଅର୍ଜୁନ ମୁମ୍ବାଇର କୋଚ୍‌, ମାଲିକ ଏବଂ ସପୋର୍ଟ ଷ୍ଟାଫ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଅର୍ଜୁନଙ୍କ ପୂର୍ବରୁ ବାପା ସଚିନ ଖେଳାଳିଭାବେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଥିଲେ। ସେହିଭଳି ଅର୍ଜୁନ ମଧ୍ୟ ନେଟ୍‌ ବୋଲର୍‌ ଭାବେ ଫ୍ରାଞ୍ଚାଇଜ୍‌ ସହ ଜଡ଼ିତ ଥିଲେ। ଏଥିପାଇଁ ଦଳ ତାଙ୍କୁ କିଣିବ ବୋଲି ତାଙ୍କର ଆଶା ରହିଥିଲା।

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଟୁଇଟର ଆକାଉଣ୍ଟରେ ଅର୍ଜୁନଙ୍କ ଉଦ୍ଦେଶ୍ୟରେ ଲେଖାଯାଇଛି, ଷ୍ଟାଡିୟମ ପୂର୍ବରୁ ଓ୍ବାଙ୍ଖଡେରେ ବଲ୍‌ବୟ। ଗତ ସିଜନ୍‌ରେ ସପୋର୍ଟ ବୋଲର୍‌। ଏବେ ଦଳର ଖେଳାଳି। ନିଜକୁ ପ୍ରମାଣିତ କରିବାର ସମୟ ଆସିଛି। ଏହାର ଜବାବ ଦେଇ ଅର୍ଜୁନ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share