Categories: ଖେଳ

ସଚିନଙ୍କ ପୁଅ କଲେ କମାଲ୍‌:ଚୌକା-ଛକା ବର୍ଷା କରି…ଦେଖନ୍ତୁ ଭିଡିଓ

ମୁମ୍ବାଇ,୩୦।୮:କ୍ରିକେଟରେ ସଚିନ ତେନ୍ଦୁଲକରଙ୍କ କାରନାମା ବିଷୟରେ ସମସ୍ତେ ଅବଗତ। ତାଙ୍କ କ୍ୟାରିୟରରେ କେତେ ଥର ସେ ଚମତ୍କାର ଇନିଂସ ସହ ଦଳକୁ ବଞ୍ଚାଇଥିଲେ। ବର୍ତ୍ତମାନ ତାଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ମଧ୍ୟ ସମାନ ପଦାଙ୍କ ଅନୁସରଣ କରିଛନ୍ତି ଏବଂ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି। ବ ଅର୍ଜୁନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅନେକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଛକା ଏବଂ ଚୌକା ବର୍ଷା କରୁଥିବା ନଜର ଆସିଛନ୍ତି। ଏହି ବିସ୍ଫୋରକ ଇନିଂସ ଯୋଗୁ ନିଜ ଟିମ୍‌କୁ ରକ୍ଷା କରିଥିଲେ।
ଭିଡିଓରେ ଦେଖାଯାଇଛି ଯେ, ଏକଦା ଅର୍ଜୁନଙ୍କ ଦଳ ୮୭ ରନରେ ୫ ଉଇକେଟ ହରାଇଥିଲା। ତା’ପରେ ଅର୍ଜୁନ ୫ ରନ୍‌ରେ ବ୍ୟାଟିଂ କରୁଛନ୍ତି। ପରବର୍ତ୍ତୀ ଭିଡିଓରେ ତାଙ୍କ ଦଳର ସ୍କୋର ୯ ଉଇକେଟ ହରାଇ ୨୧୯ରେ ପହଞ୍ଚିଛି। ସେ ୪୭ରେ ବ୍ୟାଟିଂ କରୁଛନ୍ତି। ଅର୍ଥାତ୍‌ ସେ ଏକ ଚମତ୍କାର ଇନିଂସ ଖେଳି ଦଳକୁ ଏକ ସମ୍ମାନଜନକ ସ୍କୋରକୁ ନେଇଥିଲେ। ଦଏହି ସ୍କୋର ଏବଂ ଭିଡିଓଗୁଡିକୁ ଦେଖିଲେ ଏହା କୁହାଯାଇପାରେ ଯେ ଅର୍ଜୁନ ଦଳ ପାଇଁ ଚମତ୍କାର ଖେଳିଛନ୍ତି।
ସ୍ଥାନୀୟ କ୍ରିକେଟ ଖେଳି ଅର୍ଜୁନ ତେନ୍ଦୁଲକର ପରବର୍ତ୍ତୀ ଘରୋଇ ସିଜିନ୍‌ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। କିଛି ଦିନ ପୂର୍ବରୁ ସେ ଏହି ମ୍ୟାଚ୍‌ରୁ ତାଙ୍କ ବୋଲିଂର ଭିଡିଓ ଶେୟାର କରିଥିଲେ। ଏହି ଭିଡିଓଗୁଡିକରେ ଅର୍ଜୁନ ସାଂଘାତିକ ବୋଲିଂ କରୁଥିବା ଦେଖିବାକୁ ମିଳିଥିଲା। ସେ ଆମକୁ ଗତି, ବାଉନ୍ସ ଏବଂ ସୁଇଙ୍ଗ ସହିତ ଜାହିର ଖାନ୍‌ଙ୍କ କଥା ମନେ ପକାଇଦେଇଥିଲେ।

Share