ବୋନିଙ୍କୁ ଏମିତି କହିଲେ ପୁଅ ଅର୍ଜୁନ

ମୁମ୍ବାଇ: ବଲିଉଡ୍‌ର ସେଲିବ୍ରିଟିମାନେ ସେମାନଙ୍କ ପ୍ରଶଂସକଙ୍କ ସହିତ ଯୋଡ଼ି ହୋଇ ରହିବା ପାଇଁ ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହୁଛନ୍ତି। ଏବେ ପ୍ରସିଦ୍ଧ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ବୋନି କପୁର ମଧ୍ୟ ଇନ୍‌ଷ୍ଟାଗ୍ରାମରେ ଏକ ଆକାଉଣ୍ଟ ଖୋଲିଛନ୍ତି। ଏହା ଜାଣିବା ପରେ ତାଙ୍କ ପୁଅ ତଥା ଅଭିନେତା ଅର୍ଜୁନ କପୁର ପିତାଙ୍କ ଉଦ୍ଦେଶ୍ୟରେ ଏକ ପୋଷ୍ଟ ଶେୟାର ବି କରିଛନ୍ତି।

ଅର୍ଜୁନ ତାଙ୍କ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ଶେୟାର କରି କହିଛନ୍ତି, ତାଙ୍କ ପିତା ବୋନି କପୁର ଆଗରୁ ଟୁଇଟରରେ ଆକ୍ଟିଭ୍‌ ରହୁଥିଲେ। ବର୍ତ୍ତମାନ ଇନ୍‌ଷ୍ଟାଗ୍ରାମରେ ଆକ୍ଟିଭ୍‌ ରହୁଛନ୍ତି। ଅର୍ଜୁନ ବୋନି କପୁରଙ୍କ ଫଟୋ ଶେୟାର କରି ଲେଖିଛନ୍ତି, ଶେଷରେ ପିତା ଇନ୍‌ଷ୍ଟାଗ୍ରାମକୁ ଆସିଛନ୍ତି ଏବଂ ତାଙ୍କର ସମସ୍ତ ପିଲାଙ୍କ ଉପରେ ନଜର ରଖିଛନ୍ତି ଏବଂ ତାଙ୍କ ଫ୍ୟାଶନେବଲ ଷ୍ଟାଇଲ୍‌କୁ ସାରା ବିଶ୍ୱବାସୀ ଦେଖୁଛନ୍ତି।

ବୋନି କପୁର ମଧ୍ୟ ଦିଲ୍ଲୀର ଶୁଟିଂ ସେଗ୍‌ମେଣ୍ଟ ପାଇଁ ବିମାନବନ୍ଦରରୁ ବାହାରକୁ ଯାଉଥିବା ଏକ ଫଟୋ ଶେୟାର କରିଛନ୍ତି। ଏହା ସହିତ ସେ ନିଜ ପରିବାର ସହିତ ରାତ୍ରି ଭୋଜନର ଫଟୋ ମଧ୍ୟ ଶେୟାର କରିଛନ୍ତି। ବୋନି ତାଙ୍କ କ୍ୟାରିଅରରେ ଅନେକ କ୍ଲାସିକାଲ୍‌ ଫିଲ୍ମ ନିର୍ମାଣ କରିଛନ୍ତି।

Share