ବିବାହ କରିବେ ଅର୍ଜୁନ

ଛୋଟ ପରଦାରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ମହାଭାରତ’ରେ ଅର୍ଜୁନ ଭୂମିକାରେ ଅଭିନୟ କରି ଖୁବ୍‌ ଲୋକପ୍ରିୟ ହୋଇଥିଲେ ଅଭିନେତା ଶାହିର ଶେଖ୍‌। ଏବେ ତାଙ୍କ ବିଷୟରେ ଏମିତି ଏକ ଖବର ସାମ୍ନାକୁ ଆସିଛି, ଯାହାକୁ ଶୁଣିବା ପରେ ମହିଳା ପ୍ରଶଂସକଙ୍କ ମନ ଭାଙ୍ଗିଯାଇଛି। ଶାହିର ତାଙ୍କ ପ୍ରେମିକା ରୁଚିକା କପୁରଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏନେଇ ନଜେ ଶାହିର ସୋସିଆଲ ମିଡିଆ ମାଧ୍ୟମରେ ଏହା ଜଣାଇଛନ୍ତି।


ସେ ଇନ୍‌ଷ୍ଟାଗ୍ରାମ୍‌ରେ ପ୍ରେମିକା ରୁଚିକାଙ୍କର ଏକ ଫଟୋ ପୋଷ୍ଟକରି କ୍ୟାପଶନରେ ଲେଖିଛନ୍ତି ‘ଇକିଗାଇ’। ଏହି ଜାପାନୀ ଶବ୍ଦର ଅର୍ଥ ହେଉଛି ‘ବଞ୍ଚିବାର କାରଣ’ । ଏହା ଜଣାପଡ଼ିବା ପରେ ତାଙ୍କ ନିକଟରୁ ପ୍ରଶଂସାର ଶୁଅ ଛୁଟିବାରେ ଲାଗିଛି।

Share