ଜାହ୍ନବୀଙ୍କ ପାଇଁ ପ୍ରଶଂସାର ପୋଷ୍ଟ ଲେଖିଲେ ଅର୍ଜୁନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଅଭିନୀତ ଫିଲ୍ମ ‘ମିଲି’ ଫ୍ରାଇଡେରେ ରିଲିଜ୍ ହୋଇସାରିଛି । ଆରମ୍ଭରୁ ଫିଲ୍ମକୁ ଭଲ ରେସପନ୍ସ ମିଳୁଛି । ପ୍ରଡ୍ୟୁସର ପିତା ବୋନି କପୁରଙ୍କ ଏହି ଫିଲ୍ମରେ ଜାହ୍ନବୀ ଲିଡ ରୋଲରେ ଦେଖାଦେଇଛନ୍ତି । ଏଥିରେ ତାଙ୍କ ସହ ଅଛନ୍ତି ଭିକ୍କି କୌଶଲଙ୍କ ସାନ ଭାଇ ସନି କୌଶଲ । ଏହି ଫିଲ୍ମ ଜଣେ ଯୁବତୀଙ୍କ ଜୀବନ-ମୃତ୍ୟୁର ସଂଘର୍ଷର କାହାଣୀ ଯାହା ଫ୍ରିଜରରେ ବନ୍ଦ ହୋଇଯାଇଛି । ମୁଭିରେ ଜାହ୍ନବୀ ଇମୋସନରେ ଭରପୁର ଜଣେ ଅସହାୟ ଯୁବତିଙ୍କ ରୋଲ ପ୍ଲେ କରିଛନ୍ତି । ଯିଏ ନିଜ ଜୀବନ ଯୁଦ୍ଧରେ ଲଢି ଚାଲିଛନ୍ତି । ଏହି ମୁଭି ଦେଖିବା ପରେ ଦର୍ଶକେ ଜାହ୍ନବୀଙ୍କର ଖୁବ୍ ପ୍ରଶଂସା କରୁଛନ୍ତି । କେବଳ ସେତିକି ନୁହେଁ ମୁଭି ଦେଖିବା ପରେ ଜାହ୍ନବୀଙ୍କ ଭାଇ ଅର୍ଜୁନ କପୁର ବି ତାଙ୍କ ଖୁସି ବ୍ୟକ୍ତ ନ କରି ରହିପାରିଲେ ନାହିଁ । ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ସେ ଭଉଣୀ ଜାହ୍ନବୀଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି ।
ଇନଷ୍ଟାଗ୍ରାମରେ ସେ ଜାହ୍ନବୀଙ୍କ ସହ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ଲଗାତାର ତୁମେ ମୋତେ ଗର୍ବିତ ଅନୁଭବ କରୁଛ । ଜଣେ ଅଭିନେତ୍ରୀ ଭାବେ ତୁମର ଗ୍ରୋଥ ବହୁତ ଭଲ ରହିଛି । ଜଣେ ଷ୍ଟାର ଭାବେ ତ ଏହା କମାଲ । ଆଉ ତୁମକୁ ତାହାହିଁ ମିଳିବା ଆରମ୍ଭ ହୋଇଛି ଯାହା ଏକ୍ସାଇଟିଙ୍ଗ । ମିଲିରେ ତୁମେ ବହୁତ ସୁନ୍ଦର ଅଭିନୟ କରିଛ । ଥରାଇବା ଭଳି ଅଭିନୟ । ଆଶା କରୁଛି ଏମିତି କାମ ଆଗକୁ ବି କର, ତୁମକୁ ସବୁ ମିଳୁ ଯାହା ପାଇବାକୁ ତୁମର ହକ୍ ଅଛି । ତୁମକୁ ବହୁତ ସାରା ଭଲପାଇବା ।
ଅର୍ଜୁନ କପୁରଙ୍କ ଏହି ପୋଷ୍ଟ ଦେଖିବା ପରେ ଜାହ୍ନବୀ କପୁର ବି ଏହାର ଉତ୍ତର ଦେଇଛନ୍ତି । ସେ ଲେଖିଛନ୍ତି, ‘ଲଭ ୟୁ’ ।

 

Share