ନୂଆଦିଲ୍ଲୀ,୩୧।୧: ପାର୍ଲାମେଣ୍ଟ କ୍ୟାଣ୍ଟିନରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟସାମଗ୍ରୀ ଉପଲବ୍ଧ ହେବ। ସରକାର ମାଣ୍ଡିଆ ବ୍ୟବହାରକୁ ପ୍ରୋତ୍ସାହିତ କରୁଥିବା ବେଳେ ମଙ୍ଗଳବାରଠାରୁ ଆରମ୍ଭ ହେଉଥିବା ବଜେଟ ଅଧିବେଶନ ବେଳେ ଏମ୍ପି, ପାର୍ଲାମେଣ୍ଟ କର୍ମଚାରୀମାନଙ୍କୁ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ଯୋଗାଇବା ଲାଗି ଲୋକ ସଭା ବାଚସ୍ପତି ଓମ୍ ବିର୍ଲା ବ୍ୟବସ୍ଥା କରାଇଛନ୍ତି। କ୍ୟାଣ୍ଟିନରେ ମାଣ୍ଡିଆ ଦୋସା, ଜୋଆର ଏବଂ ପରିବାରୁ ପ୍ରସ୍ତୁତ ଉପମା, ବାଜରା ଖେଚୁଡ଼ି ଆଦି ମିଳିବ। ଅନ୍ୟପକ୍ଷେ ରବିବାର ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମାଣ୍ଡିଆର ଉପକାରିତା ସମ୍ପର୍କରେ ଦେଶବାସୀଙ୍କୁ ଅବଗତ କରିଥିଲେ।