ଗର୍ଲଫ୍ରେଣ୍ଡଙ୍କ ସହ ନିର୍ବନ୍ଧ କଲେ ଅରମାନ

ମୁମ୍ବାଇ: ବଲିଉଡର ଗାୟକ ଅରମାନ ମଲିକ ତାଙ୍କ ଗୀତ ପାଇଁ ସମସ୍ତଙ୍କ ହୃଦୟରେ ରାଜ କରନ୍ତି। ନିଜ ସ୍ବର ସହିତ ସେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦିଅନ୍ତି। ଏହି ସମୟରେ ଅରମାନ ମଲିକ ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ତଥା ଫ୍ୟାଶନ ଇନ୍‌ଫ୍ଲଏନ୍ସର ଆଶନା ଶ୍ରଫଙ୍କ ସହ ନିର୍ବନ୍ଧ କରିଛନ୍ତି। ଅରମାନଙ୍କ ନିର୍ବନ୍ଧର କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଗାୟକ ଅରମାନ ତାଙ୍କ ଗର୍ଲଫ୍ରେଣ୍ଡକୁ ରିଙ୍ଗ୍‌ ପିନ୍ଧାଇ ବିବାହ ପ୍ରସ୍ତାବ ଦେଉଥିବାର ନଜର ଆସିଛନ୍ତି। ଏହି ପ୍ରସ୍ତାବରେ ଆଶନା ମଧ୍ୟ ବହୁତ ଖୁସି ଦେଖାଯାଉଛନ୍ତି। ଏହି ସମୟରେ ଅରମାନ ଏକ ଧଳା ଧଳା ସୁଟରେ ଦେଖାଦେଇଥିବାବେଳେ ଆଶନା ଏକ ସୁନ୍ଦର ଧଳା ରଙ୍ଗର ଏକ ପୋଷାକରେ ସୁନ୍ଦର ଦେଖାଯାଉଥିଲେ।

Share