ଡେଲିଭରୀର ୫ ମାସ ପରେ ପୁଣି ଗର୍ଭବତୀ ହେଲେ ଅରମାନ ମଲିକଙ୍କ ଦ୍ୱିତୀୟ ସ୍ତ୍ରୀ, ପଞ୍ଚମ ଥର ପାଇଁ ହେବେ ବାପା…

ମୁମ୍ବାଇ : ଖୁସି ପୁଣି ଥରେ ପ୍ରସିଦ୍ଧ ୟୁଟ୍ୟୁବର୍‌ ଏବଂ ଅଭିନେତା ଅରମାନ ମଲିକଙ୍କ ଜୀବନରେ ଆସିବାକୁ ଯାଉଛି। ପଞ୍ଚମ ଥର ପାଇଁ ଅରମାନ ମଲିକ ପିତା ହେବାକୁ ଯାଉଛନ୍ତି। ଅରମାନ ମଲିକଙ୍କ ଦ୍ୱିତୀୟ ସ୍ତ୍ରୀ କ୍ରିତିକା ମଲିକ ଦ୍ୱିତୀୟ ଥର ପାଇଁ ମା ହେବାକୁ ଯାଉଛନ୍ତି। ସେ ତାଙ୍କର ଏହି ନୂଆ ଖବରକୁ ପ୍ରଶଂସକମାନଙ୍କ ସହ ଶେୟାର କରିଛନ୍ତି। କ୍ରିତିକାଙ୍କ ଗର୍ଭଧାରଣର ସୁସମାଚାର ଶୁଣିବା ପରେ ଅରମାନ ମଲିକ ଅତ୍ୟଧିକ ଆନନ୍ଦିତ ହୋଇଛନ୍ତି। ଭଲ ଖବର ଶୁଣିବା ପରେ ଅରମାନଙ୍କର ପ୍ରଥମ ସ୍ତ୍ରୀ ପାୟଲ ମଧ୍ୟ ନାଚୁଥିବାର ନଜର ଆସିଥିଲେ।

ଅନ୍ୟ ଜଣେ କୁନି ଅତିଥିଙ୍କ ଆଗମନ ଖବର ପାଇବା ପରେ ଅରମାନ ମଲିକଙ୍କ ଘରେ ଉତ୍ସବର ପରିବେଶ ରହିଛି।ତାଙ୍କର ପୁରା ପରିବାର ସଦସ୍ୟ ଖୁସି ଅଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି କ୍ରିତିକା ମାତ୍ର ୫ ମାସ ପୂର୍ବରୁ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି, ଯାହାର ନାମ ସେ ଆୟାନ ରଖିଛନ୍ତି। ପ୍ରସବ କରିବାର ମାତ୍ର ୫ମାସ ପରେ କ୍ରିତିକା ପୁନର୍ବାର ଗର୍ଭବତୀ ହୋଇଛନ୍ତି।

ଅରମାନଙ୍କର ଦ୍ୱିତୀୟ ସ୍ତ୍ରୀ କ୍ରିତିକା ମଲିକ ପ୍ରସବ କରିବାର ମାତ୍ର ୨୦ ଦିନ ପରେ ଅଭିନେତାଙ୍କ ପ୍ରଥମ ସ୍ତ୍ରୀ ପାୟଲ ମଧ୍ୟ ଯାଆଁଳା ସନ୍ତାନ ଜନ୍ମ ଦେଇଥିଲେ। କ୍ରିତିକା ଏକ ପୁଅ ସ୍ତପ୍ରାପ୍ତ ହୋଇଥିବାବେଳେ ପାୟଲ ଏକ ପୁଅ ଏବଂ ଗୋଟିଏ ଝିଇ ଜନ୍ମ ଦେଇଥିଲେ। ତିନି ସନ୍ତାନଙ୍କ ପୂର୍ବରୁ ଅରମାନ ମଲିକଙ୍କର ମଧ୍ୟ ତାଙ୍କର ପ୍ରଥମ ସ୍ତ୍ରୀ ପାୟଲଙ୍କ ପୁଅ ଅଛନ୍ତି। ଯାହାର ନାମ ଚିରାୟୁ ମଲିକ। ୪ ଟି ସନ୍ତାନର ପିତା ହେବା ପରେ ଅରମାନ ମଲିକ ବର୍ତ୍ତମାନ ପଞ୍ଚମ ଥର ପାଇଁ ପିତା ହେବାକୁ ଯାଉଛନ୍ତି। ମା ହେବାର ମାତ୍ର ୫ ମାସ ପରେ ଅଭିନେତାଙ୍କ ଦ୍ୱିତୀୟ ସ୍ତ୍ରୀ ଏହି ଖୁସି ଖବର ଦେଇଛନ୍ତି।

Share