Categories: ଫୁରସତ

ଅଭିମାନ କରିଛନ୍ତି ଅର୍ମାନ୍‌

ମୁମ୍ବାଇ: ୟଙ୍ଗ୍‌, ଟ୍ୟାଲେଣ୍ଟେଡ୍‌ ଆଣ୍ଡ ହ୍ୟାଣ୍ଡସମ୍‌ ସିଙ୍ଗର ଭାବେ ଜଣାଯାଉଥିବା ଅର୍ମାନ୍‌ ମଲ୍ଲିକ ବଲିଉଡ୍‌ ଇଣ୍ଡଷ୍ଟ୍ରି ଉପରେ ଅଭିମାନ କରିଛନ୍ତି। ବଲିଉଡ୍‌ରେ ଆଉ ସେ ଗୀତ ଗାଇବାକୁ ଚାହୁଁ ନ ଥିବା ନିକଟରେ ଦେଇଥିବା ଏକ ସାକ୍ଷାତ୍‌କାରରେ କହିଛନ୍ତି। ତେବେ ଅର୍ମାନ୍‌ଙ୍କ ଏ ପ୍ରକାର ନିଷ୍ପତ୍ତି ପଛରେ ଅନେକ କାରଣ ରହିଛି। ବଲିଉଡ୍‌ରେ ସିଙ୍ଗରମାନଙ୍କୁ ତାଙ୍କ ପାରିଶ୍ରମିକ ମିଳୁ ନ ଥିବାବେଳେ ଅସ୍ପଷ୍ଟ କାରଣ ଦର୍ଶାଇ ସେମାନଙ୍କ ହାତରୁ ପ୍ରୋଜେକ୍ଟ ଛଡ଼ାଇ ନିଆଯାଉଥିବା ଅର୍ମାନ୍‌ କହିଛନ୍ତି। ବିଗତ ଦିନରେ ଅର୍ମାନ୍‌ଙ୍କ ହାତରୁ ଗୁଡ଼ାଏ ପ୍ରୋଜେକ୍ଟ ଖସିଯାଇଥିବା ନେଇ ସେ ଅବସାଦରେ ଥିବା ରାଜ ଶାମାନିଙ୍କ ପଡକାଷ୍ଟରେ କହିଛନ୍ତି। ବର୍ତ୍ତମାନ ସେ ଫିଲ୍ମରେ ଗୀତ ଗାଇବାକୁ ଅନିଚ୍ଛା ପ୍ରକାଶ କରିଥିବାବେଳେ ନିଜସ୍ବ ମ୍ୟୁଜିକ୍‌ରେ ଅଧିକ କାମ କରିବେ ବୋଲି କହିଛନ୍ତି। ଅନ୍ୟପକ୍ଷେ କିଛି ଭଲ ସମୟ ବିତାଇବା ପାଇଁ ସେ ନ୍ୟୁଜିଲାଣ୍ଡ ବୁଲିଯିବାକୁ ବାହାରିଛନ୍ତି। ଆମିର ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ତାରେ ଜମିନ୍‌ ପର୍‌’ର ବମ୍‌ ବମ୍‌ ବୋଲେ ଅର୍ମାନ୍‌ଙ୍କ ପ୍ରଥମ ଗୀତ। ଫିଲ୍ମ ହିରୋ, ହେଟ୍‌ ଷ୍ଟୋରି ୩, ମସ୍ତିଜାଦେରେ ଅର୍ମାନ୍‌ ଅନେକ ହିଟ୍‌ ଗୀତ ଗାଇ ପ୍ରଶଂସାର ପାତ୍ର ହୋଇଛନ୍ତି।

Share