Posted inଜାତୀୟ

ସଶସ୍ତ୍ର ବାହିନୀର ପରିଚୟ ଅନୁଶାସନ: ମଞ୍ଜୁରୀରୁ ଅଧିକ ଛୁଟି ନେଇଥିବା ଯବାନଙ୍କ ଆବେଦନକୁ ପ୍ରତ୍ୟାଖାନ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୩୦।୭ : : ମଞ୍ଜୁରୀ ଅପେକ୍ଷା ଅଧିକ ଛୁଟି ନେଇଥିବାରୁ ଜଣେ ସେନା କର୍ମଚାରୀଙ୍କୁ ସୁପ୍ରିମକୋର୍ଟ ତାଗିଦ କରି କହିଛନ୍ତି ଯେ ଶୃଙ୍ଖଳିତ ହେବା ସଶସ୍ତ୍ର ବାହିନୀର ସେବାର ଏକ ଅନ୍ତନିର୍ହିତ ଅଂଶ ଏବଂ ଏ ବାବଦରେ କୌଣସି ଆଶ୍ୱସ୍ତି ପ୍ରଦାନ କରିବା ଭୁଲ ବାର୍ତ୍ତା ପଠାଇବ। ପ୍ରକୃତରେ, ବିନା ଅନୁମତିରେ ଅତିରିକ୍ତ ଛୁଟି ନେଇଥିବାରୁ ଯାନ୍ତ୍ରିକ ପରିବହନ ଡ୍ରାଇଭରଙ୍କୁ ସେନା ସେବାରୁ ବରଖାସ୍ତ କରାଯିବା ମାମଲାର ବିଚାର କରି ସର୍ବୋଚ୍ଚ ନ୍ୟାୟାଳୟର ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ରାଜେଶ ବିନ୍ଦଲଙ୍କ ଏକ ବେଞ୍ଚ ଏଭଳି କହିଛନ୍ତି। ସୈନ୍ୟବାହିନୀରେ କାର୍ଯ୍ୟ କରୁଥିବା ଲୋକଙ୍କ ଦ୍ୱାରା ହୋଇଥିବା ଅନୈତିକ କାର୍ଯ୍ୟକୁ ବରଦାସ୍ତ କରାଯାଇପାରିବ ନାହିଁ। ସଶସ୍ତ୍ର ବାହିନୀର ପରିଚୟ ହେଉଛି ଅନୁଶାସନ।

ଆବେଦନକାରୀ ୪ ଜାନୁଆରୀ ୧୯୮୩ ରେ ମେକାନିକାଲ ଟ୍ରାନ୍ସପୋର୍ଟ ଡ୍ରାଇଭର ଭାବରେ ଆର୍ମି ସର୍ଭିସ କର୍ପସରେ ଯୋଗ ଦେଇଥିଲେ। ୧୯୯୮ରେ, ତାଙ୍କୁ ପ୍ରଥମେ ୮ନଭେମ୍ବରରୁ ୧୬ ଡିସେମ୍ବର ପର୍ଯ୍ୟନ୍ତ ୩୯ ଦିନ ଛୁଟି ଦିଆଯାଇଥିଲା। ପରେ, ଛୁଟି ବୃଦ୍ଧି ପାଇଁ ଅନୁରୋଧ କର୍ତ୍ତୃପକ୍ଷଙ୍କ ଦ୍ୱାରା ମଧ୍ୟ ଗ୍ରହଣ କରାଯାଇଥିଲା ଏବଂ ତାଙ୍କୁ ୧୭ ଡିସେମ୍ବର ୧୯୯୮ ରୁ ୧୫ ଜାନୁୟାରୀ ୧୯୯୯ ପର୍ଯ୍ୟନ୍ତ ୩୦ ଦିନର ଅଗ୍ରୀମ ଛୁଟି ପ୍ରଦାନ କରାଯାଇଥିଲା। ଏହା ସତ୍ତ୍ୱେ ସେ ଆଉ ଡ୍ୟୁଟିରେ ଯୋଗ ଦେଇ ନ ଥିଲେ। ସେ କହିଥିଲେ ତାଙ୍କ ସ୍ତ୍ରୀ ଅସୁସ୍ଥ ହୋଇପଡିଛନ୍ତି ଏବଂ ତାଙ୍କୁ ତାଙ୍କର ଯତ୍ନ ନେବାକୁ ପଡିବ।

୧୫ ଫେବୃଆରୀ ୧୯୯୯ ରେ, ଅନୁସନ୍ଧାନ ପାଇଁ ସେନା ଆଇନର ଧାରା ୧୦୬ ଅନୁଯାୟୀ ଏକ କୋର୍ଟ ଅଫ ଏନକ୍ୱାରୀ କରାଯାଇଥିଲା। ତଦନୁସାରେ, ଆବେଦନକାରୀ ଛୁଟିରେ ଅଧିକ ରହିବାର ଦୋଷୀ ସାବ୍ୟସ୍ତ ହୋଇଥିଲେ। କୋର୍ଟ ମାର୍ଶାଲ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ସେବାରୁ ବରଖାସ୍ତ କରିଥିଲେ। କୋର୍ଟ କହିଥିଲେ ଡ୍ରାଇଭର ଜଣେ ପୂର୍ବତନ କନଷ୍ଟେବଳ । ଜଣେ ଅଭ୍ୟାସଗତ ଅପରାଧୀ ପରି ସେ କାର୍ଯ୍ୟ କରିଛନ୍ତି। ତାଙ୍କ ଛୁଟି ପାଇଁ କ୍ଷମା ମାଗିବା ପରେ ମଧ୍ୟ ବହୁତ ଦିନ ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗଦେବା ନେଇ ରିପୋର୍ଟ କରିନାହାଁନ୍ତି।

ସର୍ବୋଚ୍ଚ ଅଦାଲତ କହିଛନ୍ତି ସଶସ୍ତ୍ର ବାହିନୀର ସଦସ୍ୟ ଥିବା ଆବେଦନକାରୀଙ୍କ ଏପରି ଚରମ ଅବହେଳାକୁ ବରଦାସ୍ତ କରାଯାଇପାରିବ ନାହିଁ। ଯଦି ଦୀର୍ଘ ୧୦୮ ଦିନର ଛୁଟି ଅନୁପସ୍ଥିତି ପାଇଁ ତାଙ୍କର କ୍ଷମା ପ୍ରାର୍ଥନା ଗ୍ରହଣ କରାଯାଏ, ତେବେ ଏହା ସେବାରେ ଅନ୍ୟମାନଙ୍କୁ ଭୁଲ ବାର୍ତ୍ତା ପଠାଇବ। ଜଣେ ମନେ ରଖିବାକୁ ହେବ ଶୃଙ୍ଖଳା ହେଉଛି ସଶସ୍ତ୍ର ବାହିନୀର ଅନ୍ତନିର୍ହିତ ପରିଚୟ ଏବଂ ସେବାର ଏକ ସର୍ତ୍ତ ।

ସର୍ବୋଚ୍ଚ ନ୍ୟାୟାଳୟ ପ୍ରଥମେ ଉଲ୍ଲେଖ କରିଛନ୍ତି ଡ୍ରାଇଭର ତାଙ୍କ ଅସୁସ୍ଥ ସ୍ତ୍ରୀଙ୍କ ଯତ୍ନ ନେବା ପାଇଁ ସେ ଅନୁପସ୍ଥିତ ଥିବା ତାଙ୍କ ଦାବିକୁ ଯଥାର୍ଥ କରିବା ପାଇଁ ରେକର୍ଡରେ କୌଣସି ଡକ୍ୟୁମେଣ୍ଟ ରଖି ନାହାଁନ୍ତି। କୋର୍ଟ ଏହା ମଧ୍ୟ କହିଛନ୍ତି ଆର୍ମି ଆକ୍ଟ ଅନୁଯାୟୀ ଦିଆଯାଇଥିବା ଦଣ୍ଡ କିଛି ଅଧିକ ଦଣ୍ଡ ନୁହେଁ। ସର୍ବୋଚ୍ଚ ଅଦାଲତ ଗୁରୁତ୍ୱାରୋପ କରିଛନ୍ତି ଅପରାଧର ପ୍ରକୃତି ଏବଂ ଗୁରୁତ୍ୱ ଉପରେ ନିର୍ଭର କରି ଏକ ଅପରାଧ ପାଇଁ ଦଣ୍ଡ ପ୍ରଦାନ କରିବାବେଳେ କୋର୍ଟ ମାର୍ଶଲ ଯଥେଷ୍ଟ ବିବେକ ସହିତ କାର୍ଯ୍ୟ କରିଥାନ୍ତି। ତେଣୁ ତାଙ୍କୁ ଦିଆଯାଇଥିବା ଦଣ୍ଡ ଅନୁପଯୁକ୍ତ ବୋଲି ଡ୍ରାଇଭରଙ୍କ ଯୁକ୍ତିକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ତେଣୁ ଆବେଦନକୁ ଖାରଜ କରାଯାଉଛି। ଡ୍ରାଇଭରଙ୍କୁ ସେବାରୁ ବରଖାସ୍ତ କରି ସଶସ୍ତ୍ର ବାହିନୀ ଟ୍ରିବ୍ୟୁନାଲ ଲକ୍ଷ୍ନୌ ଆଞ୍ଚଳିକ ବେଞ୍ଚର ଫେବୃଆରୀ ୨୦୧୫ ଆଦେଶକୁ ବେଞ୍ଚ ସମର୍ଥନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଛ ପ୍ରଚାର କରିବାରେ ଅମିତ ଶାହା ସବୁଠୁ ଆଗରେ: ଖାର୍ଗେ

ନୂଆଦିଲ୍ଲୀ, ୨୧।୯: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଜମ୍ମୁରେ ପହଞ୍ଚିଛନ୍ତି। ସେ ଜମ୍ମୁ କଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଦଳର ପ୍ରାର୍ଥୀ ତାରା ଚାନ୍ଦଙ୍କ ପାଇଁ...

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୟ କରୁଛି ପାକିସ୍ତାନ: କାହିଁକି ଏମିତି କହିଲେ ଅମିତ ଶାହା

ଶ୍ରୀନଗର,୨୧।୯: ଜମ୍ମୁ କଶ୍ମୀରର ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ଜୋରଦାର ପ୍ରଚାର କରୁଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର ମେହେନ୍ଦରରେ ପହଞ୍ଚିଛନ୍ତି।...

ଅମର ପ୍ରୀତ୍ ସିଂହ ହେବେ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ,୨୧ା୯: ଅମର ପ୍ରୀତ୍‌ ସିଂହ ହେବେ ନୂଆ ବାୟୁସେନା ମୁଖ୍ୟ। ଏୟାର ମାର୍ଶଲ ଅମର ପ୍ରୀତ୍ ଏବେ ବାୟୁସେନା ଉପମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି। ସରକାର...

ମୁଖ୍ୟମନ୍ତ୍ରୀ ଅସୁସ୍ଥ

ଶିମଲା,୨୧।୯: ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଅସୁସ୍ଥ ହୋଇପଡିଛନ୍ତି। ସେ ଶିମଲା ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଚନ୍ତି।...

ଏହି ରାଜ୍ୟରେ ପ୍ରବେଶ କଲେ ୯୦୦ ଆତଙ୍କବାଦୀ! ସୁରକ୍ଷାକୁ ନେଇ ବଢିଲା ଚିନ୍ତା

ଇମ୍ଫାଲ,୨୧।୯: ମ୍ୟାନମାରରୁ ପ୍ରାୟ ୯୦୦ ଆତଙ୍କବାଦୀ ମଣିପୁରରେ ପ୍ରବେଶ କରିଥିଲେ। ଏହା ଦେଶର ସୁରକ୍ଷା ଭଙ୍ଗ କରିବାକୁ ପ୍ରସ୍ତୁତି ବୋଲଇ କୁହାଯାଉଛି। ଗୁପ୍ତଚର ରିପୋର୍ଟ ଆଧାରରେ...

ଦକ୍ଷିଣରୁ ଗୋରଖନାଥ ମନ୍ଦିର ଆସିଲେ ଭବାନୀ-ଭୋଲୁ

ଲକ୍ଷ୍ନୌ,୨୧।୯: ଆନ୍ଧ୍ରପ୍ରଦେଶର ୟେଲେଶ୍ୱରମରେ ଥିବା ଗୋଶାଳାରୁ ଗୋରଖନାଥ ମନ୍ଦିରକୁ ନାଦିପଥି କ୍ଷୁଦ୍ର ପ୍ରଜାତିର (ଗୋଟିଏ ଗାଈ ଏବଂ ଗୋଟିଏ ବାଛୁରୀ) ଶନିବାର ଅଣାଯାଇଛି। ଏମାନେ ଆସିବା...

ମନ୍ଦିର ଟ୍ରଷ୍ଟ ଦେଲା ବଡ଼ ସୂଚନା, କହିଲା ଲଡୁରେ ପବିତ୍ରତା ରହିଛି

ହାଇଦ୍ରାବାଦ,୨୧ା୯: ତିରୁପତି ବାଲାଜୀଙ୍କ ପ୍ରସାଦ ଲଡୁ  ପୁଣି ଉପଲବ୍ଧ। ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ମନ୍ଦିର ଟ୍ରଷ୍ଟ କହିଛି ପ୍ରସାଦ ଲଡୁରେ ପବିତ୍ରତା...

‘ସରକାରୀ ନିୟନ୍ତ୍ରଣରୁ ମୁକ୍ତ ହେଉ ହିନ୍ଦୁ ମନ୍ଦିର’

ହାଇଦ୍ରାବାଦ,୨୧ା୯: ତିରୁପତି ମନ୍ଦିରର ପ୍ରସାଦ ଲଡୁରେ ପଶୁ ଚର୍ବି ମିଶ୍ରଣ ପ୍ରସଙ୍ଗ ବୃଦ୍ଧି ପାଇବାରେ ଲାଗିଛି। ଅନେକ ରାଜନୈତିକ ଦଳ ଏହି ପ୍ରସଙ୍ଗରେ କ୍ରୋଧ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri