Advertisement

ଡୁମେରଯୋର ଏସ୍‌ବିଆଇ ଶାଖାରୁ ସଶସ୍ତ୍ର ଡକାୟତି

କୁଆଁରମୁଣ୍ଡା,୧୩।୧: ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅଧୀନ ଡୁମେରଯୋର ପଞ୍ଚାୟତ ପରିସରରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ବୁଧବାର ଅପରାହ୍ନରେ ଶସସ୍ତ୍ର ଡକାୟତି ହୋଇଛି। ୫ଜଣ ମୁଖାପିନ୍ଦା ଦୁର୍ବୃତ୍ତ ବ୍ୟାଙ୍କ କାର୍ଯ୍ୟାଳୟରେ ପଶି ପ୍ରଥମେ ସିସି ଟିଭି, କମ୍ପ୍ୟୁଟର ଭାଙ୍ଗି ଦେଇଥିଲେ। ପରେ ସେମାନେ ସୁରକ୍ଷା କର୍ମୀ ଓ ଶାଖା ପରିଚାଳକଙ୍କୁ ବନ୍ଧୁକ ଏବଂ ଭୁଜାଲି ଦେଖାଇ ଭୟଭୀତ କରିଥିଲେ। ଶାଖା ପରିଚାଳକଙ୍କୁ ଆକ୍ରମଣ କରି ବ୍ୟାଙ୍କରେ ଜମା ଥିବା ପ୍ରାୟ ସାଢେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍‌ ବାଇକ୍‌ ଯୋଗେ ଫେରାର ହୋଇଯାଇଥିଲେ। ଖବର ପାଇ କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ଶ୍ୟାମଲାଲ ଓରାମ ସଦଳବଳେ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଜାରି ରଖିଛନ୍ତି। ଦୁର୍ବୃତ୍ତମାନଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ଫାଣ୍ଡି ଅଧିକାରୀ ଓରାମ ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share