ରାଜଧାନୀରେ ସଶସ୍ତ୍ର ଡକାୟତି

ଭୁବନେଶ୍ବର,୧୯।୮: ରାଜଧାନୀ ତମାଣ୍ଡୋ ଥାନା ଭଗବାନପୁର ଅଞ୍ଚଳରେ ଏକ ବଡ଼ ଧରଣର ଲୁଟ ହୋଇଛି। ଦୁର୍ବୃତ୍ତମାନେ ଭଗବାନପୁରରେ ଥିବା ଏକ କୋରିଅର୍‌ ସଂସ୍ଥା କାର୍ଯ୍ୟାଳୟରେ ପଶି ୫ ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ମୁତାବକ, କେତେଜଣ ଦୁର୍ବୃତ୍ତ କୋରିଅର୍‌ ସଂସ୍ଥା କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ପରେ ସେମାନେ କାର୍ଯ୍ୟାଳୟ ଭିତରେ ପଶି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଜୀବନରେ ମାରିଦେବାର ଧମକ ଦେଇଥିଲେ। ଏପରିକି ଦୁର୍ବୃତ୍ତମାନେ କାର୍ଯ୍ୟାଳୟରୁ ୫ଲକ୍ଷ ଟଙ୍କା ଲୁଟ କରିଥିଲେ। ଦୁର୍ବୃତ୍ତମାନେ ଯିବା ବେଳେ କମ୍ପ୍ୟୁଟର ଭାଙ୍ଗି ହାର୍ଡ ଡିସ୍କ ଧରି ଫେରାର ହୋଇଯାଇଥିଲେ। ଖବର ପାଇ ତମାଣ୍ଡେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହେଲେ ପୋଲିସ ଦୁର୍ବୃତ୍ତଙ୍କ ସମ୍ପର୍କରେ କୌଣସି ଟେର୍‌ ପାଇପାରି ନାହିଁ।

Share