ମିଳିନି ବୀମା କ୍ଷତିପୂରଣ: ଜିଲାପାଳ ଅଫିସ ଆଗରେ ଧାରଣାରେ ବସିଲେ ଚାଷୀ

ବରଗଡ଼ ଅଫିସ,୧୯।୧: ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ବୁଗବୁଗା ପଞ୍ଚାୟତର ଚାଷୀମାନଙ୍କୁ ଗତ ରବିଋତୁ ଫସଲକ୍ଷତି ବୀମା କ୍ଷତିପୂରଣ ଏପର୍ଯ୍ୟନ୍ତ ମିଳି ପାରି ନାହିଁ। ଏହା ସହିତ ଉକ୍ତ ପଞ୍ଚାୟତର ୪୪ ଜଣ କ୍ଷତିଗ୍ରସ୍ତ ଚାଷୀ ଗତ ୨୦୧୯ ଖରିଫ ଫସଲକ୍ଷତିର ବୀମା କ୍ଷତିପୂରଣ ପାଇ ପାରି ନାହାନ୍ତି। ଏ ନେଇ ଗତ ୪ ତାରିଖ କ୍ଷତିଗ୍ରସ୍ତ ଚାଷୀମାନେ ବରଗଡ଼ ଜିଲାପାଳଙ୍କୁ ଜଣାଇଥିଲେ। ମାତ୍ର ବର୍ତ୍ତମାନ ସୁଦ୍ଧା କୌଣସି ସୁଫଳ ମିଳି ପାରି ନାହିଁ। ଏହାର ପ୍ରତିବାଦରେ ମଙ୍ଗଳବାର ବୁଗବୁଗା ପଞ୍ଚାୟତର ଶତାଧିକ ଚାଷୀ ବରଗଡ଼ ଜିଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଛନ୍ତି । ଫସଲବୀମା କ୍ଷତିପୂରଣ ପ୍ରଦାନ ନେଇ କୌଣସି ଠୋସ ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ସେମାନେ ଧାରଣାରୁ ଓହରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

Share