ଶ୍ରୀନଗର,୧୩।୧୦: ଆତଙ୍କବାଦୀଙ୍କ ଗୁଳିରେ ଗୁରୁତର ଆହତ ହୋଇଥିବା ଆର୍ମି କୁକୁର ‘ଜୁମ’ ଗୁରୁବାର ଦିନ ପ୍ରାୟ ୧୨ଟା ସମୟରେ ମୃତ୍ୟୁବରଣ କରିଛି। ସେନାର ୫୪ ଏଏଫ୍ଭିଏଚ୍ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲା।
ଅକ୍ଟୋବର ୧୦ ସକାଳେ ଜମ୍ମୁ କଶ୍ମୀରର ଅନନ୍ତନାଗରେ ‘ଜୁମ’ ସହାୟତାରେ ସୁରକ୍ଷା ବାହିନୀ ଦ୍ୱାରା ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ଏନକାଉଣ୍ଟର ସମୟରେ ଜୁମ ଶରୀରରେ ଦୁଇଟି ଗୁଳି ବାଜିଥିଲା। ଏହାସତ୍ତ୍ୱେ ସେ ଆତଙ୍କବାଦୀଙ୍କ ଯୋଜନାକୁ ପଣ୍ଡ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ‘ଜୁମ’ ଆହତ ହୋଇ ଶ୍ରୀନଗରର ସେନା ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲା।
ଅଢେଇ ବର୍ଷୀୟ ‘ଜୁମ’ ଗତ ୧୦ ମାସ ହେବ ସେନା ସହିତ ଜଡିତ ଥିଲା। ‘ଜୁମ’ ବେଲଜିଆନ୍ ମାଲିନୋଇସ୍ ପ୍ରଜାତିର ଥିଲା।