Categories: ଜାତୀୟ

ଭୂସ୍ଖଳନରେ ଭୁଶୁଡ଼ିଲା ସେନା ଶିବିର, ୫୫ ଯବାନ ମାଟି ତଳେ…

ଇମ୍ଫାଲ, ୩୦।୬ : ଲଗାତାର ବର୍ଷା ଯୋଗୁ ଦେଶର ଉତ୍ତର ପୂର୍ବ ଅଞ୍ଚଳରେ ଥିବା ମଣିପୁରରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟିଛି। ଏଥିରେ ସେନା ଶିବିର ଭୁଶୁଡ଼ି ଯାଇଛି। ୫୫ ସେନା ଯବାନ ମାଟି ତଳେ ଦବି ହୋଇ ରହିଛନ୍ତି। ଇତିମଧ୍ୟରେ ୬ ଜଣ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। କେତେକ ସାଧାରଣ ଲୋକ ମଧ୍ୟ ମାଟି ତଳେ ଦବି ହୋଇ ରହିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।

ତୁପୁଲ ରେଳ ଷ୍ଟେଶନ ନିକଟରେ ଏହି ଘଟଣା ଘଟିଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଇଜଇ ନଦୀରେ ଭୂସ୍ଖଳନ ମାଟି ଜମା ହେବାରୁ ତଳିଆ ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ସୃଷ୍ଟି ହୋଇଛି।

ସୂଚନାନୁସାରେ ଜିରିବାମ୍‌କୁ ଇମ୍ଫାଲ ସହିତ ସଂଯୋଗ କରିବା ଲାଗି ଏକ ରେଳ ଲାଇନ୍‌ର ନିର୍ମାଣ କରାଯାଉଥିଲା। ଏହାର ସୁରକ୍ଷା କାର୍ଯ୍ୟରେ ୧୦୭ ଟେରିଟୋରିଆଲ ଆର୍ମି ଯବାନଙ୍କୁ ନିୟୋଜିତ କରାଯାଇଥିଲା। ବୁଧବାର ରାତିରେ ଭୂସ୍ଖଳନ ଯୋଗୁ ସେନା ଶିବିର ଭୁଶୁଡ଼ି ପଡ଼ିଥିଲା। ପରେ ଖବର ପାଇ ଗୁରୁବାର ସକାଳେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।

Share