Categories: ଜାତୀୟ

ମଣିପୁର ଗସ୍ତ କରିବେ ସେନା ମୁଖ୍ୟ: ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସହ କରିବେ ଆଲୋଚନା

ନୂଆଦିଲ୍ଲୀ,୨୭।୫: ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଶନିବାର ହିଂସା ପ୍ରଭାବିତ ମଣିପୁର ଗସ୍ତ କରି ରାଜ୍ୟର ସ୍ଥିତି ସମୀକ୍ଷା କରିବେ ବୋଲି ସୂଚନା ମିଳିଛି। ପୂର୍ବ କମାଣ୍ଡର ସେନାଧ୍ୟକ୍ଷ ଲେଫ୍ଟନାଣ୍ଟ ଜେନେରାଲ ରାଣା ପ୍ରତାପ କାଲିତା ମଧ୍ୟ ସେନା ମୁଖ୍ୟଙ୍କ ଦୁଇ ଦିନିଆ ଗସ୍ତ ସମୟରେ ତାଙ୍କ ସହ ରହିବେ।

ଜଣେ ବରିଷ୍ଠ ସେନା ଅଧିକାରୀଙ୍କ ଅନୁଯାୟୀ, ମନୋଜ ପାଣ୍ଡେ ଏବଂ ଲେଫ୍ଟନାଣ୍ଟ ଜେନେରାଲ କାଲିତା ଦିଲ୍ଲୀରୁ ଇମ୍ଫାଲରେ ପହଞ୍ଚି ସମ୍ପ୍ରଦାୟ ମଧ୍ୟରେ ଚାଲିଥିବା ଜାତିଗତ ହିଂସା ପୃଷ୍ଠଭୂମିରେ ସ୍ଥିତିର ସମୀକ୍ଷା କରିବେ। ସେ କହିଛନ୍ତି, ପାଣ୍ଡେ ସେଠାର ରାଜ୍ୟପାଳ ଅନୁସୁଇୟା ଉଇକେ, ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ ସିଂ ଏବଂ ସୁରକ୍ଷା ପରାମର୍ଶଦାତା କୁଲଦୀପ ସିଂଙ୍କୁ ଭେଟି ସ୍ଥିତି ସମ୍ପର୍କରେ ଆଲୋଚନା କରିବେ।

Share