Categories: ଜାତୀୟ

ଆମ ଧୈର୍ଯ୍ୟର ପରୀକ୍ଷା ନିଅ ନାହିଁ: ଚାଇନାକୁ ଚେତାବନୀ ଦେଲେ ସେନାଧ୍ୟକ୍ଷ

ନୂଆଦିଲ୍ଲୀ,୧୫ ।୧: ସେନା ଦିବସ ଅବସରରେ ଶୁକ୍ରବାର ସେନାଧ୍ୟକ୍ଷ ମନୋଜ ମୁକୁନ୍ଦ ନରାୱଣେ ଚାଇନା ଓ ପାକିସ୍ତାନକୁ ଏକ ପ୍ରକାର ଚେତାବନୀ ଦେଇଛନ୍ତି କହିଲେ ଚଳେ । ସେ କହିଛନ୍ତି ଆମ ଧୈର୍ଯ୍ୟର ପରୀକ୍ଷା ନିଅ ନାହିଁ । ଦିଲ୍ଲୀର କରିଅପ୍ପା ପରେଡ ପଡିଆରେ ପରେଡର ନିରୀକ୍ଷଣ ଓ ସେନାଙ୍କୁ ସେମାନଙ୍କ ବୀରତା ପାଇଁ ସମ୍ମାନୀତ କରିବା ପରେ ନରାୱଣେ ଏକ ସମ୍ବୋଧନରେ ପଡୋଶୀ ଦେଶର ପ୍ରକୃତିକୁ ନେଇ ଟିପ୍ପଣି ଦେଇଛନ୍ତି । ସେ କହିଥିଲେ ଗତବର୍ଷ ଆମ ପାଇଁ ଏକ ପ୍ରକାର ପରୀକ୍ଷାର ବର୍ଷ ଥିଲା । ଉତ୍ତର ସୀମାରେ ଚାଇନା ସହ ଚାଲିଥିବା ଉତ୍ତେଜନା ସମ୍ପର୍କରେ ସମସ୍ତଙ୍କୁ ଜଣା । ହେଲେ ଭାରତୀୟ ସେନା ସବୁ ସମୟରେ ଏହାର କଡା ଜବାବ ଦେଇ ଆସିଛନ୍ତି । ତେଣୁ ଏବେ ଆଉ ଆମ ଧୈର୍ଯ୍ୟର ପରୀକ୍ଷା ନ ନେବା ଭଲ ବୋଲି ସେ କହିଛନ୍ତି ।

Share