Categories: ଜାତୀୟ

ଏଲ୍‌ଓସି ପାଖରେ ଖସିଲା ସେନା ଚପର

ଶ୍ରୀନଗର,୧୧।୩: ଭାରତୀୟ ସେନାର ଚିତା ହେଲିକପ୍ଟର ଲାଇନ୍‌ ଅଫ୍‌ କଣ୍ଟ୍ରୋଲ (ଏଲ୍‌ଓସି) ପାଖରେ ଖସିପଡ଼ିଛି। ଉତ୍ତର କଶ୍ମୀରର ଗୁରେଜ ସେକ୍ଟରରେ ଏହି ଦୁର୍ଘଟଣା ଘଟିଥିବା ଅଧିକାରୀମାନେ କହିଛନ୍ତି। ତେବେ ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ।

ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଯବାନଙ୍କୁ ଆଣିବାକୁ ଯାଉଥିବା ହେଲିକପ୍ଟରକୁ ପାଣିପାଗରେ ପରିବର୍ତ୍ତନ ଯୋଗୁ ଅବତରଣ କରିପାରି ନ ଥିଲା। ଉଦ୍ଧାରକାରୀ ଦଳକୁ ଦୁର୍ଘଟଣାସ୍ଥଳକୁ ପଠାଯାଇଛି। ଅଧକ ତଥ୍ୟ ପରବର୍ତ୍ତୀ ସମୟରେ ଦିଆଯିବ ବୋଲି ଅଧିକାରୀ କହିଛନ୍ତି।

Share