Categories: ଜାତୀୟ

ଲଦାଖ ସେକ୍ଟରରେ ସିନ୍ଧୁ ନଦୀ ଉପରେ ପୋଲ ନିର୍ମାଣ କଲେ ଯବାନ: ଚାଇନାକୁ ମିଳିବ କଡ଼ା ଜବାବ…

ଲେହ, ୧୨।୯ : ଭାରତୀୟ ସେନାର କର୍ପସ ଅଫ ଇଞ୍ଜିନିୟର୍ସ ଲଦାଖ ସେକ୍ଟରର ସିନ୍ଧୁ ନଦୀ ଉପରେ ପୋଲ ନିର୍ମାଣ କରିଛନ୍ତି। ଭାରତୀୟ ସେନାର ଇଞ୍ଜିନିୟରିଂ ଦକ୍ଷତାର ଏକ ୪୫ ସେକେଣ୍ଡର ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓରେ ଯବାନମାନେ ସିନ୍ଧୁ ନଦୀ ଉପରେ ଏକ ପୋଲ ନିର୍ମାଣ କରୁଥିବାର ଦେଖାଯାଇଛି।

ଭିଡିଓର ଟାଇଟଲ ହେଉଛି ବ୍ରିଜ ଚ୍ୟାଲେଞ୍ଜ – ନୋ ଟେରେନ ନର୍‌ ଅଲ୍ଟିଚ୍ୟୁଡ ଇନସୁରମାଉଣ୍ଟେବଲ। ଏହାକୁ ଭାରତୀୟ ସେନାର ସାଉଥ ୱେଷ୍ଟର୍ଣ୍ଣ କମାଣ୍ଡ ପକ୍ଷରୁ ଟୁଇଟରରେ ଶେୟାର କରାଯାଇଛି। ଏହି ପୋଲ ନିର୍ମାଣ ଦ୍ୱାରା ଚାଇନାକୁ କଡ଼ା ଜବାବ ଦିଆଯାଇ ପାରିବ ବୋଲି କୁହାଯାଉଛି।

ସେନାର ଭାରୀ ଯାନଗୁଡ଼ିକ ପୋଲ ଉପରେ ସହଜରେ ଯିବା ଆସିବା କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି। ଏବେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।

ଚାଇନା ସୀମାକୁ ଲାଗିଥିବା ଲଦାଖ ସେକ୍ଟରରେ ଥିବା ଭାରତୀୟ ସେନା ଦ୍ୱାରା ନିର୍ମିତ ଏହି ପୋଲ ଯବାନଙ୍କ ପାଇଁ ବହୁତ ଲାଭଦାୟକ ହେବ। ଭାରତୀୟ ସୀମାରେ ଚାଇନା ସୈନ୍ୟଙ୍କର କାର୍ଯ୍ୟକଳାପ ସର୍ବଦା ଜାରି ରହିଛି। ମାତ୍ର ପୋଲ ନିର୍ମାଣ ହେବାଯୋଗୁ ଏବେ ଚାଇନାର ଚିନ୍ତା ବଢ଼ିବାରେ ଲାଗିଛି।

Share