ଲୋକଙ୍କ ଉପରେ ଆଖିବୁଜା ଗୁଳିମାଡ଼ କଲେ ସୈନ୍ୟ ବାହିନୀ: ୫୧ ଜଣଙ୍କ ମୃତ୍ୟୁ

ନାପିତଓ୍ବ,୧୫।୩: ମ୍ୟାନ୍‌ମାରରେ ସୈନ୍ୟ ବାହିନୀ ଦ୍ୱାରା କ୍ଷମତା ଦଖଲ କରାଯିବା ପରେ ଦେଶରେ ଆଇନ ଶୃଙ୍ଖଳା ସ୍ଥିତି ଧୀରେଧୀରେ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ରବିବାର ଉତ୍ୟକ୍ତ ଲୋକ ଏକ ଚାଇନା ଫ୍ୟାକ୍ଟ୍ରିରେ ନିଆଁ ଲଗାଇ ଦେଇଥିଲେ। ଲୋକଙ୍କୁ ଘଉଡ଼େଇବା ପରିବର୍ତ୍ତେ ସୈନ୍ୟ ବାହିନୀ ସେମାନଙ୍କ ଉପରେ ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ୫୧ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଦେଶରେ ସ୍ଥିତି ସଙ୍କଟ ଜନକ ରହିଥିବାବେଳେ ସୈନ୍ୟ ବାହିନୀ ପକ୍ଷରୁ ଜାରି ରହିଥିବା ନରସଂହାର ନ ଥମିବାରୁ ଅନ୍ତର୍ଜାତୀୟସ୍ତରରେ ମାନବାଧିକାର ସଂସ୍ଥାଗୁଡ଼ିକ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି। ଇତିମଧ୍ୟରେ ଦେଶରେ ସୈନ୍ୟ ବାହିନୀର ନରସଂହାରରେ ୧୨୫ ଜଣଙ୍କ ମୃତ୍ୟୁ ଘଟି ସାରିଛି। ଫେବୃୟାରୀ ୧ରେ କ୍ଷମତା ଦଖଲ ପରେ ବର୍ତ୍ତମାନ ସୁଦ୍ଧା ୨୧୫୬ ଜଣଙ୍କୁ ଗିରଫ କରାଯାଇ ଜେଲ୍‌ରେ ରଖାଯାଇଛି।

Share