ସୁଦାନ ସେନା-ସରକାରୀ ସାମରିକ ବାହିନୀ ସଂଘର୍ଷ: ୫୬ ମୃତ, ୫୯୫ ଆହତ

କାହିରା,୧୬ା୪: ସୁଦାନରେ ହୋଇଥିବା ସଂଘର୍ଷରେ ମୋଟ୍‌ ୫୬ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୫୯୫ ଜଣ ଆହତ ହୋଇଛନ୍ତି। ସୁଦାନର ସେଣ୍ଟ୍ରାଲ ଡାକ୍ତର କମିଟି ରବିବାର ସୁଦାନ ସେନା ଏବଂ ଏକ ସରକାରୀ ସାମରିକ ବାହିନୀ ମଧ୍ୟରେ ସଂଘର୍ଷ ହେବାର ଗୋଟିଏ ଦିନ ପରେ ଏହି ଘୋଷଣା କରିଛନ୍ତି।

ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି, ସୁଦାନରେ ହୋଇଥିବା ସଂଘର୍ଷ ସମ୍ପର୍କରେ ସେ ସାଉଦିଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ବୈଦେଶିକ ମନ୍ତ୍ରୀଙ୍କ ସହ ପରାମର୍ଶ କରିଛନ୍ତି।

ସମ୍ପୃକ୍ତ ଦଳଗୁଡ଼ିକ ବିନା ସର୍ତ୍ତରେ ତୁରନ୍ତ ଶତ୍ରୁତା ବନ୍ଦ କରିବା ଆବଶ୍ୟକ ବୋଲି ବ୍ଲିଙ୍କେନ ଏକ ବିବୃତ୍ତିରେ କହିଛନ୍ତି।

Share