ପିପିଇ କିଟ୍‌ ପିନ୍ଧି ପ୍ରଣବ ମୁଖାର୍ଜୀଙ୍କୁ କାନ୍ଧେଇଲେ ଯବାନ

ନୂଆଦିଲ୍ଲୀ,୧।୯: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ସୋମବାର ପରଲୋକ ହୋଇଛି। ମଙ୍ଗଳବାର ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବାର ବ୍ୟବସ୍ଥା କରାଯାଇଥିଲା। ଏହି ସମୟରେ ଯବାନ ମାନେ ତାଙ୍କ ପାର୍ଥିିବ ଶରୀରକୁ କାନ୍ଧେଇ ନେବା ବେଳେ ପିପିଇ କିଟ୍‌ ପିନ୍ଧିଥିବା ଦେଖାଯାଇଛି। ସୂଚନାଯୋଗ୍ୟ, ପ୍ରଣବ ମୁଖାର୍ଜୀ ଅଗଷ୍ଟ ୧୦ରେ କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଥିଲା। ଏହାପରେ ଦିଲ୍ଲୀର ଆର୍ମି ହସ୍ପିଟାଲରେ ବ୍ରେନ୍‌ ସର୍ଜରୀ ସହ ତାଙ୍କର କରୋନା ଚିକିତ୍ସା ମଧ୍ୟ କରାଯାଉଥିଲା। ସେ କରୋନା ପଜିଟିଭ ଥିବାରୁ ଯବାନମାନେ ନିୟମମାନି ପିପିଇ କିଟ୍‌ ପିନ୍ଧିଥିବା କୁହାଯାଏ।

Share