ନୂଆଦିଲ୍ଲୀ,୧ ।୧: ଦେଶରେ କରୋନା ଭାଇରସ ଟିକାକରଣକୁ ନେଇ ପ୍ରସ୍ତୁତି ଯୋରସୋରରେ ଚାଲିଛି । ଏହି ଟିକାକରଣ ପାଇଁ ପ୍ରାୟ ୯୬ ହଜାର କର୍ମୀଙ୍କୁ ପ୍ରଶିକ୍ଷଣ କରାଯାଇଛି । ଜାନୁୟାରୀ ତୃତୀୟ ସପ୍ତାହ ପରେ ଏହି ଟିକାକରଣ ଆରମ୍ଭ ହେବ ବୋଲି ଯୋଜନା ରହିଛି । ଏଥିପାଇଁ ଜାନୁୟାରୀ ୫ରେ ମକ ଡ୍ରିଲ କରାଯିବ । ଏବେ ସରକାର କରୋନା ଭ୍ୟାକ୍ସିନକୁ ମଞ୍ଜୁରୀ ଦେବା ପ୍ରକ୍ରିୟା ଜାରି ରଖିଛନ୍ତି । କେନ୍ଦ୍ର ସରକାର କୋଭିଡ ଭ୍ୟାକ୍ସିନ ଟିକାକରଣ ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପ୍ରସ୍ତୁତ ରହିବାକୁ କହିଛନ୍ତି । ସବୁ ରାଜ୍ୟରେ ୨ ଜାନୁୟାରୀ ଡ୍ରାଏ ରନ୍ କରାଯିବ । ପ୍ରତି ରାଜ୍ୟର ରାଜଧାନୀରେ ଅତିକମ୍ରେ ୩ଟି ସ୍ଥାନରେ ଡ୍ରାଏ ରନ୍ ବ୍ୟବସ୍ଥା କରାଯାଇଛି ।