Categories: ଜାତୀୟ

ଜମ୍ମୁ-କଶ୍ମୀରର ଅନନ୍ତନାଗରେ ୧୨,୧୨୫ ଫୁଟ ଉଚ୍ଚରେ ଉଡିଲା ତ୍ରିରଙ୍ଗା

ଅନନ୍ତନାଗ,୧୫।୮: ସମଗ୍ର ଦେଶରେ ରବିବାର ୭୫ତମ ସ୍ବାଧୀନତା ଦିବସ ପାଳନ କରାଯାଉଛି। ଏହି କ୍ରମରେ ଜମ୍ମୁ-କଶ୍ମୀରରେ ୧୨,୧୨୫ ଫୁଟ ଉଚ୍ଚରେ ଉଡିଛି ତ୍ରିରଙ୍ଗା। ଭାରତୀୟ ଯବାନମାନେ ଅନନ୍ତନାଗ ଜିଲାର ଦକ୍ଷିଣ କଶ୍ମୀରର ମୋର୍ଗାନ ଟପ୍‌ ପର୍ବତ ଶିଖରରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।

ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଠିବା ପରେ ପ୍ରଥମ ଥର ପାଇଁ ଏଠାରେ ଅତି ଉତ୍ସାହର ସହ ସ୍ବାଧୀନତା ଦିବସ ଅନୁଷ୍ଠିତ ହୋଇଥିବା ଦେଖାଯାଇଛି। ତେବେ ମେର୍ଗାନ ଟପ୍‌ ଶିଖରରେ ତ୍ରିରଙ୍ଗା ଉଡାଇ ଯବାନମାନେ ଶତ୍ରୁମାନଙ୍କୁ ଏକ ଶକ୍ତିଶାଳୀ ବାର୍ତ୍ତା ଦେଇଥିବା ଚର୍ଚ୍ଚା ହେଉଛି।

Share