Categories: ଜାତୀୟ

ସିକ୍କିମ ଭୂସ୍ଖଳନ: ସେନା ପକ୍ଷରୁ ୮ ଜଣ ଉଦ୍ଧାର, ଜଣଙ୍କର ମୃତ୍ୟୁ

ସିକ୍କିମ,୧୬ ।୬: ଦେଶର ଉତ୍ତର ରାଜ୍ୟ ଯେଉଁଠି ଗ୍ରଷ୍ମ ପ୍ରବାହ ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି ସେଇଠି ଅନ୍ୟପଟେ ଦେଶର ଉତ୍ତର ପୂର୍ବ ରାଜ୍ୟରେ ଲଗାତାର ବର୍ଷା ବି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି । ସିକ୍କିମରେ ଗତ ୨ ଦିନ ହେବ ଚାଲିଥିବ ଲଗାଣ ବର୍ଷାରେ ଜାତୀୟ ରାଜପଥରେ ହୋଇଥିବା ଭୂସ୍ଖଳନରେ ୮ ଜଣ ଲୋକ ପୋତି ହୋଇପଡିଥିବା ସୂଚନା ମିଳିଥିଲା ।
ସୂଚନା ଅନୁଯାୟୀ, ଭାରତୀୟ ସେନା ପକ୍ଷରୁ ଭୂସ୍ଖଳନରେ ପୋତି ହୋଇପଡିଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିଲା । ଏହାପରେ ସେମାନଙ୍କୁ ଚିକିତ୍ସା ପାଇଁ ସେନା ହସ୍ପିଟାଲ ପଠାଇ ଦିଆଯାଇଥିଲା । ହେଲେ ଉଦ୍ଧାର ହୋଇଥିବା ୮ ଜଣଙ୍କ ମଧ୍ୟରୁ ଚିକିତ୍ସିତ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

Share