Categories: ଜାତୀୟ

କୁଲଗାମରୁ ଯବାନ ଅପହରଣ, କାରରେ ମିଳିଲା ରକ୍ତ ଛିଟା, ସର୍ଚ୍ଚ ଅପରେଶନ ଜାରି

କୁଲଗାମ,୩୦।୭: ଜମ୍ମୁ-କଶ୍ମୀରର କୁଲଗାମରୁ ଜଣେ ସେନା ଯବାନଙ୍କୁ ଅପହରଣ କରାଯାଇଛି। ଯବାନଙ୍କ ପରିବାର ଦାବି କରିଛନ୍ତି କି ଶନିବାର ସନ୍ଧ୍ୟାରୁ ସେ ନିଖୋଜ ଅଛନ୍ତି। ତେବେ ଘରୁ ସେ ଯେଉଁ କାରରେ ଯାଇଥିଲେ ସେ କାର ମିଳିଛି, ଯେଉଁଥିରେ ରକ୍ତ ଛିଟା ଲାଗିଥିବା କୁହାଯାଉଛି। ଏବେ ଯବାନଙ୍କୁ ଖୋଜିବାକୁ ସର୍ଚ୍ଚ ଅପରେଶନ ଆରମ୍ଭ କରାଯାଇଛି। ତେବେ ଘରୁ ସେ ଯେଉଁ କାରରେ ଯାଇଥିଲେ ସେ କାର ମିଳିଛି, ଯେଉଁଥିରେ ରକ୍ତ ଛିଟା ଲାଗିଥିବା କୁହାଯାଉଛି। ଏବେ ଯବାନଙ୍କୁ ଖୋଜିବାକୁ ସର୍ଚ୍ଚ ଅପରେଶନ ଆରମ୍ଭ କରାଯାଇଛି।
ଭାରତୀୟ ସେନା ର ଯବାନ ୨୫ ବର୍ଷିୟ ଜାଭେଦ ଅହମ୍ମଦ ୱାନି ଲେହରେ ପୋଷ୍ଟିଂ ହୋଇଥିଲେ ଓ ସେ ଛୁଟିରେ ଘରକୁ ଆସିଥିଲେ। ଶନିବାର ରାତି ପ୍ରାୟ ୮ଟା ବେଳେ ସେ ନିଖୋଜ ହୋଇଯାଇଥିଲେ। ସାରେ ତାଙ୍କ କାର ପାରାନହାଲରୁ ଉଦ୍ଧାର କରାଯାଇଥିଲା। ୱାନି କୁଲଗାମର ଅଚଥଲ ଅଞ୍ଚଳର ବାସିନ୍ଦା। ନ୍ୟୁଜ ଏଜେନ୍ସି ପିଟିଆଇ ଅଧିକାରୀଙ୍କ ଅଧାରରେ ଏହି ସୂଚନା ଦେଇଛି। ଅପହରଣ ଖବର ପାଇବା ମାତ୍ରେ ସେନା ଯବାନଙ୍କୁ ଖୋଜିବା ପାଇଁ ଏକ ବଡ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି। ଅଧିକାରୀଙ୍କ କହିବାନୁସାରେ, ୱାନି ତାଙ୍କ କାର ଚଳାଇ ଘର ପାଇଁ ଖାଦ୍ୟ ସାମଗ୍ରୀ ସଂଗ୍ରହ କରି ଚାଉଲଗାମ ଯାଇଥିଲେ। ଯେତେବେଳେ ସେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଫେରି ନ ଥିଲେ, ପରିବାର ସଦସ୍ୟ ତାଙ୍କୁ ନିକଟସ୍ଥ ଗାଁରେ ଖୋଜିବା ଆରମ୍ଭ କରିଥିଲେ। ଏହି ସମୟରେ ତାଙ୍କ କାର ପାରନହାଲ ନିକଟରୁ ମିଳିଥିଲା। କାରଟି ତାଲା ପଡ଼ି ନ ଥିବା ସମ୍ପର୍କୀୟମାନେ ଜାଣିବାକୁ ପାଇଲେ। କାର ଭିତରେ ଓ୍ବାନୀଙ୍କ ଚପଲ ଏବଂ ରକ୍ତ ଚିହ୍ନ ମଧ୍ୟ ଦେଖିବାକୁ ମିଳିଥିଲା, ପରେ ସମ୍ପର୍କୀୟମାନେ ପୋଲିସକୁ ସୂଚନା ଦେଇଥିଲେ।

Share