Categories: ଜାତୀୟ

ଡ୍ରୋନ୍‌ ଆକ୍ରମଣର କଡ଼ା ଜବାବ ଦେବ ସେନା, ୪୬୦ ଯବାନଙ୍କୁ ତାଲିମ…

ଶ୍ରୀନଗର,୧୮।୯: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ମଧ୍ୟରେ ଥିବା ଏଲ୍‌ଓସିରେ ଏବେ ଆଉ ସୀମା ପାର ଡ୍ରୋନ୍‌ ଆକ୍ରମଣର କଡ଼ା ଜବାବ ଦେବାକୁୁ ଭାରତୀୟ ସେନା ପ୍ରସ୍ତୁତ ହୋଇ ସାରିଛି। ଶନିବାର ଡ୍ରୋନ୍‌ ଆକ୍ରମଣର ମୁକାବିଲା ପାଇଁ ଆବଶ୍ୟକ ତାଲିମ ନେବା ଲାଗି ୪୬୦ ଯବାନଙ୍କୁ ଏହି ପାଠ୍ୟକ୍ରମରେ ସାମିଲ କରାଯାଇଛି। ଡ୍ରୋନ୍‌ ଆକ୍ରମଣର ମୁକାବିଲା ଏବଂ ଏହାକୁ ଗୁଳି ଖସାଇବା ଦାୟିତ୍ୱ ଲାଇଟ୍‌ ଇନଫାଣ୍ଟ୍ରି ଯବାନଙ୍କୁ ଦିଆଯାଇଛି।

ଜମ୍ମୁ-କଶ୍ମୀର ଲାଇଟ୍‌ ଇନଫାଣ୍ଟ୍ରି ରେଜିମେଣ୍ଟର ଯବାନମାନଙ୍କୁ ସ୍ବତନ୍ତ୍ର ତାଲିମ ପ୍ରଦାନ କରାଯିବ ବୋଲି ଚେନ୍ନାଇ ରିଜିଅନର ଅଫିସର୍ସ ଟ୍ରେନିଂ ଏକାଡେମୀର କମାଣ୍ଡର ଲ୍ୟୁଟନାଟ୍‌ ଜେନେରାଲ ଏମ୍‌.କେ.ଦାସ ସୂଚନା ଦେଇଛନ୍ତି। ସେନା ଯବାନମାନଙ୍କୁ ବିଜ୍ଞାନ ଏବଂ ପ୍ରାଦ୍ୟୋଗିକ ଜ୍ଞାନ, ସାଇବାର ସୁରକ୍ଷା ଏବଂ ନୂଆ ଚ୍ୟାଲେଞ୍ଜ୍‌ ସମ୍ପର୍କରେ ପରିଚିତ କରାଇବା ଉପରେ ଗୁରୁତ୍ୱାରୋପ କରାଯାଉଛି।

ସୂଚନାଯୋଗ୍ୟ, ଗତ ୨ ବର୍ଷ ଧରି ପାକିସ୍ତାନ ଲଗାତାର ଏଲ୍‌ଓସିରେ ଡ୍ରୋନ୍‌ ଆକ୍ରମଣ ଜାରି ରଖିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି।

Share